Breaking News

ସାକ୍ଷୀଗୋପାଳ ଡାକଘର ପକ୍ଷରୁ ଭାରତ ସରକାରଙ୍କ ଅମୃତ କଳସ ଯାତ୍ରା ଓ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ



ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ଉପଡାକଘର ପକ୍ଷରୁ ସତ୍ୟବାଦୀ ବ୍ଳକର ନୂଆସୋମେଶ୍ୱରପୁର ଗ୍ରାମ ଓ ସାନ କାଞ୍ଜିଆ ଗ୍ରାମରେ ଅମୃତ କଳସ ଯାତ୍ରା ଓ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମ ଦ୍ୱୟରୁ ମାଟି ସଂଗ୍ରହ କରାଯାଇଥିଲା । ଦେଶ ପାଇଁ ସହୀଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ବା ତାଙ୍କ ସ୍ମୃତି ମନେରଖିବା ପାଇଁ ଭାରତ ସରକାର ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଛନ୍ତି ।  ଏହି ମାଟିକୁ ପୁରୀ ଡିଭିଜନ ଡାକଘରକୁ ପଠାଯାଇଥିବା ସାକ୍ଷୀଗୋପାଳ ଉପଡାକପାଳ ତୁଷାରକାନ୍ତ ନାଥଙ୍କ ଠାରୁ ସୁଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ପିପିଲି ଡାକମଣ୍ଡଳର ଡାକ ନୀରିକ୍ଷକ ଆଦିତ୍ୟ କୁମାର ଜେନା ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସାକ୍ଷୀଗୋପାଳ ଉପଡାକଘରର କର୍ମଚାରୀ ସୁରଦିପି ସାହୁ, ରଞ୍ଜିତା ମିଶ୍ର, ମିତାଳି ସମର୍ଥା, ଲକ୍ଷ୍ମୀଧର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୯/୨୦୨୩----୮.୨୫   Sakhigopal News , 30/9/2023

Blog Archive

Popular Posts