Breaking News

ଖୋର୍ଦ୍ଧା ରୋଡ଼ ରେଲୱେ ଡାକ୍ତରଖାନାରେ ଡାକ୍ତରଙ୍କ ଦ୍ଵାରା ସଫଳ ଅସ୍ତ୍ରପଚାର





ଜଟଣୀ --ଖୋର୍ଦ୍ଧା ରୋଡ୍ ଡିଭିଜନାଲ ରେଲୱେ ହସପିଟାଲ ରେ ରେଳ ଡାକ୍ତରଙ୍କ ଏକ ଟିମ୍ ଦ୍ଵାରା ସଫଳତାର ସହ “ଲାପାରୋସ୍କୋପିକ୍ ଇନଗୁନାଲ୍ ହର୍ନିଆ ସର୍ଜରୀ” କରାଯାଇଛି। ପ୍ରଥମ ଥର ପାଇଁ ଖୋର୍ଦ୍ଧା ରୋଡ୍ ଡିଭିଜନାଲ ରେଳବାଇ ହସ୍ପିଟାଲରେ ରେଳ ଡାକ୍ତରଙ୍କ ଦ୍ୱାରା ଏଭଳି “ଲାପାରୋସ୍କୋପିକ୍ ସର୍ଜରୀ” କରାଯାଇଛି । ଡାହାଣ ଇନଗୁନାଲ୍ ହର୍ନିଆରେ ପୀଡିତ ଜଣେ 33 ବର୍ଷ ବୟସ୍କା କର୍ମଚାରୀ ଲାପାରୋସ୍କୋପିକ୍ ଇଙ୍ଗୁଏନାଲ୍ ହର୍ନିଆ ସର୍ଜରୀ କରିଥିଲେ (TAPP = ଟ୍ରାନ୍ସାବଡୋମିନାଲ୍ ପ୍ରିପେରିଟୋନିଆଲ୍ ପଦ୍ଧତି) | ସର୍ଜରୀ ପରେ ରୋଗୀ ଭଲରେ ଅଛନ୍ତି| ଏହି ଜଟିଳ ଅସ୍ତ୍ରୋପଚାର ବରିଷ୍ଠ ମଣ୍ଡଳ ମେଡିକାଲ୍ ଅଫିସର ଡଃ ମନୋରଞ୍ଜନ ସିଂ, ସହକାରୀ ମଣ୍ଡଳ ମେଡିକାଲ୍ ଅଫିସର , ଚକ୍ରଧରପୁର, ଶାନ୍ତନୁ ସିଂ, ଏବଂଏଚ୍.ଭି.ଏସ. ଆନାସ୍ଥେସିଷ୍ଟ ଡଃ ଏସ ଏମ ଅଲିଙ୍କ ଦ୍ଵାରା, ପୂର୍ବ ତଟ ରେଳବାଇର ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକ, ଡଃ ଏ ମୁଖାର୍ଜୀ ଏବଂ ଖୋର୍ଦ୍ଧା ରୋଡ୍ ମଣ୍ଡଳ ର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଶରଥ ବାବୁଙ୍କ ସହଯୋଗରେ ସ°ପର୍ଣ୍ଣ କରାଯାଇଛି I ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୯/୨୦୨୩----୯,୨୫ Sakhigopal News ,18/9/2023

Blog Archive

Popular Posts