Breaking News

ମାନପୁର ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ


ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ  ମାନପୁର ଉଚ୍ଚ ବିଦ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଛାତ୍ରଛାତ୍ରୀ ପରିଧାନ ଯୋଜନା ରେ ପୋଷାକ ବଣ୍ଟନ ଉତ୍ସବ ପାଳନ କରାଯାଇଥିଲା। 
ଏଥିରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲକ୍ଷ୍ମଣ କୁମାର ପାଣିଗ୍ରାହୀ। ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବରେ ମାନପୁର ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସୌଦାମିନୀ ହୋତା, ସମ୍ମାନିତ ଅତିଥି  ଭାବରେ ସମିତି ସଭ୍ୟା ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମେହେର ଓ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ହୋତା ଯୋଗ ଦେଇଥିଲେ। ଗଣ୍ଡ ତୁରୁମ ର ରମେଶ୍ୱରୀ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ପିଲାମାନଙ୍କ ପାଇଁ ପୋଷାକ ତିଆରି କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍ଵତନ୍ତ୍ର ଅତିଥି ଭାବରେ ମନୋରଞ୍ଜନ ପାଣିଗ୍ରାହୀ,ରବି ନାରାୟଣ ପାଣିଗ୍ରାହୀ, ବଳଦେବ ପାଣିଗ୍ରାହୀ ଓ ବିଦ୍ୟାଳୟର ପରିଚାଳନା କମିଟି ର ସଦସ୍ୟ , ସଦସ୍ୟା, ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ସମସ୍ତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟର ଶିକ୍ଷକ ଆଲୋକ କୁମାର ପାଣିଗ୍ରାହୀ ଉତ୍ସବ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୯/୨୦୨୩----୭,୪୫ Sakhigopal News,23/9/2023

Blog Archive

Popular Posts