Breaking News

ଗ୍ୟାସ କଟରରେ କାଟି ଏଟିଏମ ଲୁଟ , ପୋଲିସର ତଦନ୍ତ ଜାରି


ଜଟଣୀ --- ଗ୍ୟାସ କଟରରେ କାଟି ଏଟିଏମ ଲୁଟ l ସ୍ଥାନୀୟ ରେତଙ୍ଗ କଲୋନୀର ବଜାରରେ ଏକ ଦୋକାନ ଭଡା ନେଇ ପଞ୍ଜାବ ବ୍ୟାଙ୍କର ଏକ ଏଟିଏମ ଜନସାଧାରଣଙ୍କ ସୁବିଧା ନିମନ୍ତେ ଖୋଲା ଯାଇଥିଲା l ଗତ କାଲି ମଧ୍ୟରାତ୍ରରେ ଦୁର୍ବୁତ୍ତ ମାନେ ଗ୍ୟାସ କଟରରେ ଏଟିଏମ ମେସିନକୁ କାଟି ସେଥିରେ ଥିବା ଟଙ୍କାକୁ ଲୁଟି ନେଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡିଛି l ଆଜି ସକାଳୁ ଘର ମାଲିକ ବାହାରକୁ ଆସି ଦେଖିଲା ବେଳକୁ ଏଟିଏମ ର ସଟର ବନ୍ଦ ଅଛି l ତେଣୁ ସେ ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସ ଥାନାକୁ ଖବର ଜଣାଇ ଥିଲେ l ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ଦୁର୍ବୁତ୍ତ ମାନେ ଏଟିଏମ ଲୁଟି ସଟର ବନ୍ଦ କରି ଛୁ କରିଛନ୍ତି l ଏଟିଏମରୁ ୨୩ ଲକ୍ଷ ୩୯ହଜାରଟଙ୍କା ଥିଲା l ପୋଲିସ ଏହାର ଅଧିକରୁ ଅଧିକ ତଦନ୍ତ ଚଳାଇଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୯/୨୦୨୩---୮,୪୫ Sakhigopal News,22/9/2023

Blog Archive

Popular Posts