Breaking News

୭୫ଗ୍ରାମ ହିରୋଇନ୍ ଜବତ, ଜଣେ ଗିରଫ


ପୁରୀ ---- ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷକା ଶ୍ରୀମତୀ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ସଦର ଥାନା ଅଧୀନରେ ଥିବା କସିହାରିପୁର ଅଞ୍ଚଳରେ ଚଢ଼ାଉକରିଥିଲେ। ପ୍ରିତମ କୁମାର ନାୟକ,ବୟସ - ୨୫ବର୍ଷ ଗ୍ରାମ-ମକୁବନ ଦ୍ୱିତୀୟ ଗଳି, ପୋଷ୍ଟ_ଗୋପିନାଥପୁର, ଥାନା- କୁମ୍ଭାରପଡ଼ା ଙ୍କୁ ଗିରଫ କରାଯାଇଛି । ଏବଂ ତାଙ୍କ ଠାରୁ ୭୫ ଗ୍ରାମ ହିରୋଇନ୍ ଜବତ କରାଯାଇଛି । ଜିଲ୍ଲା ସଦର ରେଞ୍ଜ କେସ ନଂ -୬୭/୨୩-୨୪ରୁଜୁ କରି କୋର୍ଟ ଚାଲାଣ କରିଥିଲେ ।ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି । ଜବତ ହିରୋଇନ୍ ର ମୂଲ୍ୟ ପ୍ରାୟ ୭,୫୦,୦୦୦/-ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅଧିକାରୀଙ୍କ ଠାରୁ ସୁଚନା ମିଳିଛି। ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ଏ ଏସ ଇ ସନ୍ତୋଷ ନାୟକ, ପୁନଚନ୍ଦ୍ର ନାୟକ ଏବଂ କର୍ମଚାରୀ , ଫିରୋଜ ମହାନଦୀଆ, ସଞ୍ଜପ୍ ହସ୍ତି, ଜ୍ୟୋତିସ୍ମିତା ଡାଙ୍ଗୁଆ ପ୍ରଧାନ ସାମିଲ ଥିଲେ । ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୯/୨୦୨୩----୮,୧୦ Sakhigopal News,22/9/2023

Blog Archive

Popular Posts