ସେବାୟତଙ୍କର ଶ୍ରାଦ୍ଧବାର୍ଷିକ ିଆସିଲେ ସେ ଦିନର କେଦାରଗୌରିଙ୍କ କଥା ମନେ ପଡେ
ସାକ୍ଷୀଗୋପାଳ ------ଯେପରି କଥାରେ ଅଛି ମୃତ୍ୟୁ କେତେବେଳେ କେଉଁ ସମୟରେ ଆସିବ ତାହା କେହି କହିପାରିବେ ନାହିଁ । ଠିକ ସେହିପରି ସାକ୍ଷୀଗୋପାଳ ସେବାୟତ ତଥା ବ୍ରଜବନ୍ଧୁ ଖୁଣ୍ଠିଆଙ୍କର ମୃତ୍ୟୁ ଘଟିବା ପରେ ପରେ ତାଙ୍କର ଧର୍ମପତ୍ନୀ ଲକ୍ଷ୍ମୀପିୟା ଖୁଣ୍ଠିଆଙ୍କର ମୃତ୍ୟୁ ମଧ୍ୟ ଘଟିଥିଲା । ଯାହାକି ସେ ସମୟରେ ଲୋକମାନେ କେଦାରଗୌରି ବୋଲି ଲୋକମାନେ କହନ୍ତି । ତାଙ୍କ ମର ଶରୀର ଦେଖିବା ପାଇଁ ତାଙ୍କ ବାସଭବନ ସେବକସାହିରେ ଭିଡ ଲାଗିଥିଲା । ଗୋଟିଏ ଘରୁ ଦୁଇଟି ଶବ ବାହାରିଥିଲା । ସେ ସମୟରେ ଉପସ୍ଥିତ ଥିବା ଲୋକମାନଙ୍କ ଆଖିରେ ଳୁହ ରହିନଥିଲା । ଦୁଇଜଣ ଯାକ ମିଷ୍ଟଭାଷୀ ,ମେଳାପୀ ତଥା ପରୋପକାରୀ ଓ ଠାକୁରଭକ୍ତ ଥିଲେ । ସାକ୍ଷୀଗୋପାଳ ସ୍ଥିତ ସେବକସାହି ନିଜସ୍ୱ ବାସଭବନରେ ଷଷ୍ଠ ଶ୍ରାଦ୍ଧବାଷିକ ପାଳନ କରାଯାଉଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୯/୨୦୨୩----୧୨.୪୦ Sakhigopal News, 14/9/2023