ଶ୍ରୀ ଶ୍ରୀ ରାଧା ଜନ୍ମ ମହୋତ୍ସବ ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ
ସାକ୍ଷୀଗୋପାଳ ---- ଶ୍ରୀ ଶ୍ରୀ ରାଧା ଜନ୍ମ ମହୋତ୍ସବ ପାଳନ ପାଇଁ ସାକ୍ଷୀଗୋପିନାଥ ସିଂହଦ୍ୱାର ନିକଟ ଏବେ ଚଳଚଞ୍ଚଳ ହୋଇ ଉଠିଛି । ଏହି ଅବସରରେ ମନ୍ଦିର ସମ୍ମୁଖରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଯାଇଛି । ବୁଧବାର ଦିନ ଯଜ୍ଞର ଶାଳାଧିବାସ ଓ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ଦିନ ଘଟ ସ୍ଥାପନ କରାଯାଇଥିଲା । ନାମ ସଂକୀର୍ତ୍ତନ ସହିତ ସ୍ରୋତୀୟ ବାହ୍ମଣ ମାନଙ୍କ ଦ୍ୱାରା ଅଭିମନ୍ତ୍ରିତ ଘଟ ବ୍ରତଧାରୀ ମାନେ ଯଜ୍ଞ ମଣ୍ଡପକୁ ଆଣିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ରାଙ୍କନ, ବକ୍ୁତା, ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା କରାଯାଇଥିଲା । ସଂଧ୍ୟାରେ ସମାଜସେବୀ ସୁକାନ୍ତ କିଶୋର ସାମନ୍ତରାୟ, ସାକ୍ଷୀଗୋପିନାଥ ଦେବ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ଓ ଶ୍ରୀ ଦିବାକର ମହାପାତ୍ର ରାଧାଷ୍ଟମୀ ଯଜ୍ଞ କମିଟିର ସମ୍ପାଦକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠିତ ପ୍ରତିଯୋଗିତାରେ ସଫଳତା ହାସଲ କରିଥବା ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା । ରାତ୍ରରେ ମୟୁରଭଞ୍ଜର ଛଉନୃତ୍ୟ, ସୁନ୍ଦରଗଡର ଝୁମରନୃତ୍ୟ ସହିତ ମ୍ୟାଜିକ ଶୋ ପରିବଷେଣ କରାଯାଇଥିଲା ।
.jpg)