Breaking News

ପ୍ରଶଂସାର ପାତ୍ର ପାଲଟିଲେ ଔଷଧ ବ୍ୟବସାୟ ସଙ୍ଘ



ଜଟଣୀ - ଓଡିଶା ପ୍ରସିଦ୍ଧ ଗଣେଶ ପୂଜା ପାଇଁ ସହର ଚଳଚଞ୍ଚଳ ହୋଇପଡିଛି l ଏହି ପୂଜା ଚତୁର୍ଥୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅର୍ଥାତ ୧୧ ଦିନ ଧରି ଚାଲେ l ଗଜାନନଙ୍କ ସୁନ୍ଦର ମୂର୍ତ୍ତି ସାଙ୍ଗକୁ ରଙ୍ଗୀନ ଆଲୋକମାଳା, ମିନା ବଜାର, ଯାତ୍ରା, ଛଟପଟୀ ଖାଦ୍ୟ ଏବଂ ବିଭିନ୍ନ ପେଣ୍ଡାଲରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ପ୍ରତ୍ୟକ ଦିନ ସନ୍ଧ୍ୟା ହେଲେ ଦର୍ଶକଙ୍କ ଭିଡ଼ ହୋଇଥାଏ l ଏହି ପରିପ୍ରେକ୍ଷୀରେ ପୂଜାରେ ଦର୍ଶକଙ୍କ ଭିଡ଼ ଦେଖି ଜନସାଧାରଣଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ  କିଛି ଅଘଟଣ ଘଟି ଖଣ୍ଡିଆ ଖାବର ହୁଏ ଏବଂ ଆଇସକ୍ରିମ, ଥଣ୍ଡା ପିଇ ସଂକ୍ରାମକ ହୋଇ ଥଣ୍ଡା, ଜ୍ୱର ହେଲେ ଏହାର ଆଶୁ ଚିକିତ୍ସା ପାଇଁ ଥାନା ନିକଟରେ ଜଟଣୀର ରସାୟନ ବିଜ୍ଞାନ ତଥା ଔଷଧ ବ୍ୟବସାୟ ସଂଘ ଦ୍ୱାରା ଏକ ମାଗଣା ଆଶୁ ଚିକିତ୍ସା ସହ ଔଷଧ ବିତରଣ କେନ୍ଦ୍ର ଖୋଲାଯାଇଛି l ଏହା ଦ୍ୱାରା ଜନସାଧାରଣଙ୍କ ଠାରୁ ଆରମ୍ଭ କରି ବହୁ ଛୋଟ ଛୋଟ ଶିଶୁ ଉପକୃତ ହୋଇଛନ୍ତି l ଏହି ସେବା ମନବୃତି ତଥା ସ୍ବେଛାକୃତ ସେବା ପାଇଁ ସହରର ବିଭିନ୍ନ ମହଲରୁ ପ୍ରଶଂସାର ମିଳିଛି l ଏହି ସ୍ଵେଛାକୃତ ସେବା ଦୀର୍ଘ ୧୫ ବର୍ଷ ଧରି ଚାଲୁ ରହିଛି l ଆଗକୁ ମଧ୍ୟ ଏପରି ସ୍ଵେଛା କୃତ ସେବା ଚାଲୁ ରହିବ ବୋଲି ସଂଘର ସଭାପତି ବିଶ୍ୱରଂଜନ ମହାପାତ୍ର ଏବଂ ସମ୍ପାଦକ ସୁବାଷ ଅଗ୍ରୱାଲ ଚୁଚନା ପ୍ରଦାନ କରିଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୯/୨୦୨୩-----୧୦,୨୦ Sakhigopal News 28/9/2023

Blog Archive

Popular Posts