Breaking News

ଜଟଣୀର ଗଣେଶ ଉତ୍ସବରେ ଗୋଟିପୁଅ ନୁର୍ତ୍ୟରେ ଦର୍ଶକ ବିଭୋର

 

ଜଟଣୀ - ଜଟଣୀରେ ଐତିହାସିକ ପାରମ୍ପରିକ ରୀତିରେ ଚାଲିଛି ଗଜାନନଙ୍କ ପୂଜା l ଚଳଚଞ୍ଚଳ ପୋଷ୍ଟ ଅଫିସ ପୂଜା ମଣ୍ଡପ l କୋଡିଏ ଫୁଟ ଉଚ୍ଚର ଗଜାନନ ମୂର୍ତ୍ତି ସାଙ୍ଗକୁ, ଝିଲିମିଲି ଆଲୋକମାଳା, ବାଘ, ରାବଣ, ବିକ୍ରମ ବେତାଳ ଭଳି ମେକାନିକ ସରଞ୍ଜାମ ସାଙ୍ଗକୁ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଚଟପଟା ଖାଦ୍ୟର ଭରପୁର ମଜାନେଉଛନ୍ତି ଦର୍ଶକ l  ଏହି ପରିପ୍ରେକ୍ଷୀରେ ପୋଷ୍ଟ ଅଫିସ ପୂଜା କମିଟି ତରଫରୁ ଚାଲିଥିବା ଗଣେଶ ମହୋତ୍ସବର ୮ମ ସନ୍ଧ୍ୟାରେ ଗୋଟିପୁଅ ନୁର୍ତ୍ୟରେ ବିଭୋର ହେଲେ ଦର୍ଶକ l ଗଣେଶ ମହୋତ୍ସବ ର ଅଷ୍ଟମ ସନ୍ଦ୍ୟାରେ ସତ୍ୟବାଦୀ, ପୁରୀର କଳାକାର ମାନଙ୍କ ଦ୍ୱରା ଗୋଟିପୁଅ ନୁର୍ତ୍ୟ ପଦର୍ଶିତ ହୋଇଥିଲା l ବ୍ୟବସାୟୀ ସଂଘର ସଭାପତି ହେମନ୍ତ କୁମାର ସୁନ୍ଦରାୟଙ୍କ ପୌରହିତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସତ୍ୟବାଦୀର ପୂର୍ବତନ ଚେୟାରମ୍ୟାନ ଜୟନ୍ତ କୁମାର ହୋତା,ଯାତ୍ରା ବିଶ୍ୱଦରବାର ର ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ଖଳନାୟକ ସଞ୍ଜୟ ଭୋଳ, ସମ୍ମାନିତ ଅତିଥି ରୂପେ ସମ ହସ୍ପିଟାଲର ଡ଼ଃ. ରାକେଶ କଲ୍ଲେଟ,ଡ଼ଃ. ଜୟଶ୍ରୀ ମହାରଣା, ତରଙ୍ଗ ଚ୍ୟାନେଲର ମେଗା ସିରିଏଲ ସିନ୍ଦୁରର ଅଧିକାର କଳାକାର ଅମର୍ଜିତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସରରେ ଅନୁଷ୍ଠାନର କର୍ମକର୍ତ୍ତା ସମ୍ପାଦକ ମାନସ ମିଶ୍ର,ନିମାଇ ଚରଣ ସ୍ୱାଇଁ,ସୁଜିତ କୁମାର ସାହୁ, ବିନୟ ସାହୁ, ମୁକ୍ତି ମିଶ୍ର ପ୍ରମ୍ମୁଖ ଯୋଗ ଦେଇଥିବା ଅତିଥିମାନଙ୍କ ସହ ସମସ୍ତ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l  କଳାକାର ମାନଙ୍କ ଦ୍ୱାରା ପଦର୍ଶିତ ଗୋଟିପୁଅ ନୁର୍ତ୍ୟରେ ହଜି ଯାଇଥିଲେ ଦର୍ଶକ l ଅନୁଷ୍ଠାନର ସମସ୍ତ ସଦଶ୍ୟ ସୁଚାରୁ ରୂପେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଶାନ୍ତିପୂର୍ଣ ଓ ଟ୍ରାଫିକ ବ୍ୟବସ୍ଥା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୯/୨୦୨୩----୯,୫୫ Sakhigopal News,27/9/2023

Blog Archive

Popular Posts