ଶୃଙ୍ଖଳିତ ଗଣେଶ ପୂଜା ଭସାଣି ଉତ୍ସବ ପାଳନ ନେଇ ଭସାଣି କମିଟିର ସାମ୍ବାଦିକ ସମ୍ମିଳନୀ
ଜଟଣୀ :ପବିତ୍ର ଗଣେଶ ପୂଜା ଉତ୍ସବ ଜଟଣୀ ସହରର ଅନ୍ୟତମ ସାଂସ୍କୃତିକ ଓ ଭାଇଚାରାର ଉତ୍ସବ। ପୂଜା ପାଖେଇ ଆସିଲେ ଚଳ ଚଞ୍ଚଳ ହୋଇଉଠେ ସମଗ୍ର ସହର l ଚତୁର୍ଥୀ ଠାରୁ ଆରମ୍ଭ ହୋଇ ଇନ୍ଦୁ ପୂର୍ଣିମା ଦିନ ବିଭିନ୍ନ ଥାନରେ ପୂଜା ପାଉଥିବା ଠାକୁର ମାନେ ବିସର୍ଜନ ହୁଅନ୍ତି l ଜଟଣୀ ଗଣେଶ ପୂଜାର ଅନ୍ୟତମ ବିଶେଷତଃ ହେଲା ଏଠାରେ ଗଶେଶଙ୍କ ସହ ମା ଲକ୍ଷ୍ମୀ ଓ ସରସ୍ଵତୀ ଏକତ୍ର ପୂଜା ପାଆନ୍ତି l ଏଥି ସହ ଭିନ୍ନ ଭିନ୍ନ ମଣ୍ଡପରେ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ଭୋଗ ଲାଗି ହୁଏ l ଏହି ପୂଜା ମଣ୍ଡପ ନିକଟରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ନଗର ପାଳିକା ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥାଏ l ଚଳିତ ବର୍ଷ ଛୋଟ ବଡ଼ ପ୍ରାୟ ୫୮ ରୁ ଉର୍ଦ୍ଧ ପୂଜା ମଣ୍ଡପରେ ପ୍ରଭୁ ଗଜାନନ ପୂଜା ପାଉଥିବା ବେଳେ ଚଳିତ ବର୍ଷ ସବୁ ବର୍ଷ ପରି ସମାନ ରିତି ନିତୀରେ ଭସାଣି ଉତ୍ସବ ସୀତାରାମ ଛକଠାରେ ସଂଧ୍ୟା ୭ ଘଟିକା ଠାରୁ ଆରମ୍ଭ ହେବ । ଏବଂ ବିଗ୍ରହ ମାନଙ୍କୁ ଭସାଣି କମିଟି ସଭାପତି ସଂଗ୍ରାମ କେଶରୀ ରାଉତରାୟ ପୂଜା ଅର୍ଚ୍ଚନା ଓ ସମ୍ବର୍ଦ୍ଧିତ କରିବେ ବୋଲି ଶ୍ରୀବତ୍ସ ପାଠାଗାର ଠାରେ ଆୟୋଜିତ ଗଣେଶ ଭସାଣି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି l ଭସାଣି ବିଗ୍ରହ ପ୍ରତିମୂର୍ତ୍ତି ସବୁ ଶୃଙ୍ଖଳିତ ଭାବେ ସୀତାରାମ୍ ଛକ ନିକଟରେ ଏକତ୍ରୀତ ହେବେ। ଏବଂ ନିକଟରେ ହୋଇଥିବା ରେଳ ଫାଉଣ୍ଟେନ ରେ ବୁଲି ସୀତାରାମ୍ ଛକ ନିକଟରେ ଏକତ୍ରୀତ ହୋଇ ଯାତ୍ରା ଆରମ୍ଭ କରି ଶେଷରେ ମ୍ୟୁନିସିପାଲଟି ପକ୍ଷରୁ ନିର୍ମିତ ଅସ୍ଥାୟୀ ପୋଖରୀ ଅଭିମୁଖେ ଯାତ୍ରା କରିବେ l ତେବେ ମୀନା ବଜାର ପାଇଁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପୁଲିସ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଉଥିବା ବେଳେ ଭସାଣୀ ଉତ୍ସବକୁ ମଧ୍ୟ ବାଜା, ପାଇକ ଆଖଡା, ରୋଷଣୀ ମଧ୍ୟରେ ରାତ୍ରି ୧୧ ଘଟିକା ପର୍ଯ୍ୟନ୍ତ ଅନୁମତି ପ୍ରଦାନ ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି l ଅପରପକ୍ଷେ ଏହି ବର୍ଷ ମ୍ୟୁନିସିପାଲଟି ପକ୍ଷରୁ ଏନ୍ଓସି ଦେବା ପାଇଁ ଏକହଜାର ଟଙ୍କା ଟିକସ ଆଦାୟକୁ ପ୍ରାୟ ସମସ୍ତ କମିଟିର କର୍ମକର୍ତ୍ତା ମାନେ ନାପସନ୍ଦ କରିଛନ୍ତି l ସେହିପରି କିଛି ଛୋଟ ପୂଜା କମିଟିର ଦାବୀ ରହିଛି ସେମାନଙ୍କୁ ମଧ୍ୟ ଭସାଣୀ ଉତ୍ସବ ରେ ସାମିଲ କରିବା ପାଇଁ । ହେଲେ ପୁଲିସ ପ୍ରଶାସନ ପକ୍ଷରୁ ଏହି ଆବେଦନକୁ ଅଗ୍ରାହ୍ୟ କରିବା ପାଇଁ ଅସନ୍ତୋଷ ପ୍ରକାଶ ପାଇଛି l ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭସାଣୀ କମିଟି ପକ୍ଷରୁ ଫକୁ ପଟ୍ଟନାୟକ, ପାଇକ ଗୁରୁ କାଶୀନାଥ ନାୟକ, ସୁରେଶ କୁମାର ସାହୁ, ଶରତ ସାହୁ, ସୌମେନ୍ଦ୍ର ପଟ୍ଟନାୟକ, ଶେକ୍ ଅବଦୁଲ ଜାହିର, ଏନ୍ ରାମୁ, ଏ ଶଶାଙ୍କଙ୍କ ସମେତ ପ୍ରାୟ ପନ୍ଦରଟି ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୯/୨୦୨୩----୯,୨୫ Sakhigopal News,16/9/2023