Breaking News

ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ସ୍ମୃତି ତର୍ପଣ

 

ଭଞ୍ଜନଗର--ଆରପାରିରେ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା ଜନ୍ମ ଓ ମୃତ୍ୟୁ ଚିରନ୍ତନ ସତ୍ୟ । ତଥାପି ଏମିତି କିଛି ଖବର ଥାଏ ଯାହାକୁ ସହଜରେ ବିଶ୍ୱାସ କରିହୁଏନି ।ଯଦିଓ ତାହା ଆବିଶ୍ୱାସନୀୟ ତାହା ସତ୍ୟ ।
ଗତ ତା ୧୬.୯.୨୦୨୩ ରିଖ ରାତ୍ର ୧୧ ଘଣ୍ଟ ସମୟ ରେ ପ୍ରଖ୍ୟାତ ଲେଖିକା ଓ ଭଲ ସାମ୍ବାଦିକ ଭାବେ ଜଣାଶୁଣା ସ୍ବର୍ଗତ ଗୀତା ମେହେଟ୍ଟା ଦିଲ୍ଲୀସ୍ଥିତ ବାସଭବନରେ ୮୦ ବର୍ଷ ବୟସ ରେ ତାଙ୍କ ଦେହାନ୍ତ ହୋଇଛି । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ ଥିଲେ । ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ବଡ଼ ଭଉଣୀ ଥିଲେ । ଏବଂ ସେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ ।ଆଲଫ୍ରେଡ ଏ. ନଫ ପ୍ରକାଶନା ସଂସ୍ଥାର ମୁଖ୍ୟ ସୋନି ମେହେଟ୍ଟା ଙ୍କୁ ୧୯୬୫ ମସିହାରେ ବାହାହୋଇଥିଲା
ଆମେରିକାର ଟିଭି ଚ୍ୟାନେଲ ଏନବିସି ପାଇଁ ଯୁଦ୍ଧ ସାମ୍ବାଦିକତା କାର୍ଯ୍ୟ କରିଥିଲେ । ୨୦୧୯ରେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନିତ ହୋଇଥିଲେ।  କିନ୍ତୁ ରାଜନୈତିକ କାରଣରୁ ଏହି ସମ୍ମାନ ପ୍ରତ୍ୟାଖାନ କରି ଚର୍ଚ୍ଚାକୁ ଆସିଥିଲେ। ସ୍ବର୍ଗତ ଗୀତା ମେହେଟ୍ଟା ଇଂଲଣ୍ଡ, ୟୁରୋପ ଏବଂ ଆମେରିକା ପାଇଁ ୧୪ଟି ଦୂରଦର୍ଶନ ପ୍ରାମାଣିକ ଚଳଚ୍ଚିତ୍ରର ନିର୍ମାଣ କରିଥିଲେ ।  ତାଙ୍କର ଚଳଚ୍ଚିତ୍ର ‘କମ୍ପାଇଲେସନ ଅଫ ଦି ବାଙ୍ଗଲାଦେଶ ରିଭୋଲୁସନ, ଡେଡଲାଇନ ବାଙ୍ଗଲାଦେଶ, ଉଭୟ ଭାରତ ଏବଂ ବିଦେଶର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିଲା ।ତାଙ୍କର ବହି ୨୧ଟି ଭାଷାକୁ ଅନୁବାଦିତ ହୋଇଛି ଏବଂ ୟୁରୋପ, ଆମେରିକା ଓ ଭାରତରେ ଉତ୍ତମ ବିକ୍ରେତା ତାଲିକାରେ ରହିଆସିଛି । ତାଙ୍କର ଲେଖାର ବିଷୟବସ୍ତୁ ମୁଖ୍ୟତଃ ଭାରତ, ଏହାର ସଂସ୍କୃତି ଓ ଇତିହାସ, ଏବଂ ଏହାର ପାଶ୍ଚାତ୍ୟ ଉପଲବଧି ଉପରେ ଆଧାରିତ ।ହେ ମହାନ ନେତ୍ରୀ , ଜୀବନ ଯୁଦ୍ଧରେ ଆପଣ ହାରି ଯାଇଥିଲେ ବି ଆପଣଙ୍କ ଲେଖା ଆପଣଙ୍କୁ ଚୀର ସ୍ମରଣୀୟ କରିରଖିବ ।  ଆପଣ ଅଜୟ- ଆପଣ ଅମରଆପଣ ଆମ ପାଇଁ ଚୀର ସ୍ମରଣୀୟ ।ଜଗନ୍ନାଥପ୍ରସାଦ କନ୍ଧମାଳ ସାସଂଦ ପ୍ରତିନିଧି ବିପ୍ରଚରଣ ବାରିକ ଅମର ଆତ୍ମାର ସଦଗତି କାମନା କରିବା ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ,୧୯/୯/୨୦୨୩---୧୧,୪୫ Sakhigopal News,19/9/2023

Popular Posts