Breaking News

ବିଶ୍ଵ ପର୍ଯ୍ୟଟନ ଦିବସ ରେ ବେଳାଭୂମି ସଫେଇ ସହ ପର୍ଯ୍ୟଟକଙ୍କୁ ସ୍ଵାଗତ


ପୁରୀ---- ବିଶ୍ଵ ପର୍ଯ୍ୟଟନ ଦିବସ ୨୦୨୩ ଅବସରରେ ପୁରୀ ଜିଲ୍ଲା ନିମାପଡ଼ା ର ସ୍ୱେଚ୍ଛାସେବୀ ଅନୁଷ୍ଠାନ "ସେଲ୍ଫ ଇମ୍ପୋୱେରମେଣ୍ଟ ଗ୍ରୁପ୍" ଦ୍ଵାରା ପୁରୀ ପେଣ୍ଠକଟା ସ୍ଥିତ ବେଳାଭୂମି ଅଞ୍ଚଳକୁ ସଫେଇ କରାଯାଇଛି। ପ୍ରାୟତଃ ଉକ୍ତ ଅଞ୍ଚଳର ବେଳାଭୂମି ଅଞ୍ଚଳ ଆବର୍ଜନାମୟ ରହୁଥିବାରୁ, ଏହାକୁ ଦୃଷ୍ଟିରେ ରଖି ପ୍ରାତଃ ରୁ ସଦସ୍ୟ ମାନେ ଉକ୍ତ ଅଞ୍ଚଳକୁ ଆବର୍ଜନା ଓ ପ୍ଲାଷ୍ଟିକ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସଫେଇ କରିବା ସହ ସ୍ଥାନୀୟ ବାସିନ୍ଦା ଙ୍କୁ ସଚେତନ କରିଥିଲେ । ପୁରୀ ଭାରତ ବର୍ଷ ତଥା ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଆଗକୁ ଆସୁଛି ପାର୍ବଣ ରିତୁ ‌ । ପୁରୀ କୁ ଅସଂଖ୍ୟ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ରହିବ । ଆଗନ୍ତୁକ ପର୍ଯ୍ୟଟକ ଓ ଅତିଥିଙ୍କୁ ଏକ ସ୍ବଚ୍ଛତା ର ସନ୍ଦେଶ ଓ ଅନୁଭୂତି ଦେବା ନିମନ୍ତେ ପୁରୀ ଜିଲ୍ଲାବାସୀ ହିସାବରେ ଆମର ଏହି ପ୍ରୟାସ ବୋଲି କହିଛନ୍ତି ଅନୁଷ୍ଠାନର ସଭାପତି ଦୀପକ କୁମାର ସାହୁ। ବେଳାଭୂମି ସ୍ବଚ୍ଛତା ରକ୍ଷା ପାଇଁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସିତ ହୋଇଥିବା ରାହୁଲ ମହାରଣା ମଧ୍ୟ ଏହି ସଫେଇ କାର୍ଯ୍ୟକ୍ରମ ରେ ସାମିଲ୍ ହୋଇଥିଲେ। ପରେ ଅନୁଷ୍ଠାନର ସମ୍ପାଦକ ଗୋପୀନାଥ ପାତ୍ରଙ୍କ ତତ୍ତ୍ଵାବଧାନରେ ସଦସ୍ୟ ସଦସ୍ୟା ମାନେ ପର୍ଯ୍ୟଟକ ମାନଙ୍କୁ ଗୋଲାପ ଫୁଲ ଦେଇ ସ୍ଵାଗତ କରିଥିଲେ। ସଦସ୍ୟ ଆଲୋକ ସାହୁ, ସୁଦର୍ଶନ ପ୍ରଧାନ, ରାକେଶ ମହାନ୍ତି, ନିହାର ମହାରଣା, ଜ୍ୟୋତି ଛୋଟରାୟ, ସ୍ୱପ୍ନଧର ପଣ୍ଡା,ତ୍ରିଲୋଚନ ପାଣି,ଇତିଶ୍ରୀ ସାହୁ, ବବୁଲ, ନିକି ଓ ମେଘା ଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପୁରୀ ର ଯୁବ ସ୍ବେଛାସେବୀ ବିସ୍ମୟ ମିଶ୍ର ଓ ସତ୍ୟନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୯/୨୦୨୩---୮,୪୫ Sakhigopal News,28/9/2023

Blog Archive

Popular Posts