ବାବା "ଥାନାପତି 'ରୂପେ ପୂଜା ପାଆନ୍ତି ଗଜାନନ ବର୍ଷା ସତ୍ୱେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
ଜଟଣୀ :--ରେଲୱେ ମାର୍କେଟର ଅନ୍ୟନାମ ଗୋଲେଇ ମାର୍କେଟ l ପୂର୍ବେ ଅଗ୍ରପୂଜ୍ୟ ବାବା ଥାନାପତିଙ୍କ ନିକଟରେ ସହରର ସମସ୍ତ ଗଣେଶ ଏକାଠି ମେଳଣ ହୋଇ ଗୋଲେଇ ଭାବେ ପରିକ୍ରମା କରି ଶେଷରେ ବିସର୍ଜନ ପାଇଁ ବାହାରି ଥାନ୍ତି । ତେଣୁ ଏହି ବଜାରର ନାମ ଗୋଲେଇ ମାର୍କେଟ ନାମରେ ନାମିତ l ଏହି ମାର୍କେଟ ରେଲୱେ ଖୋର୍ଦ୍ଧାରୋଡ଼ ଷ୍ଟେସନ ନିକଟରେ ଅବସ୍ଥିତ l ଅତିତରେ ଜଟଣୀ ଏକ ବ୍ୟବସାୟର ପେଣ୍ଠସ୍ଥଳୀ ହୋଇଥିବାରୁ ଏହି ମାର୍କେଟରେ ବ୍ୟବସାୟ କରିଆସୁଥିବା ଆଫଗାନିସ୍ତାନ, ବ୍ରିଟିଶ, ମାରୱାଡି ଏବଂ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଏହି ପୂଜାକୁ ପ୍ରଥମେ ଆରମ୍ଭ କରିଥିବାରୁ ଏହାକୁ ସର୍ବଧର୍ମର ଚଳନ୍ତି ଠାକୁର ବୋଲି କୁହନ୍ତି l ପୂଜା ସମୟରେ ବ୍ରହ୍ମପୁର, କଟକ, ପୁରୀ, ଖୋର୍ଦ୍ଧା ଆଦି ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁ ଥାନାପତି ଗଣେଶଙ୍କୁ ଦର୍ଶନ ପାଇଁ ଆସନ୍ତି l ପୂର୍ବରୁ ଏହି ମାର୍କେଟରେ ସହରର ସମସ୍ତ ଠାକୁର ଏକତ୍ରିତ ହୋଇ ବିସର୍ଜନ ପାଇଁ ଯାଉଥିବାରୁ ଏଠାରେ ପୂଜା ପାଉଥିବା ଠାକୁରକୁ "ଥାନାପତି 'କୁହାଯାଏ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୯/୨୦୨୩-----୯,୫୫ Sakhigopal News,23/9/2023