ଲଗାଣ ବର୍ଷାରେ ମହୁଲପାଲି ରୁ ରେମଣ୍ଡା ପ୍ରଧାନମନ୍ତ୍ରୀ ରାସ୍ତା ଧୋଇଗଲା
ବରଗଡ---- ବରଗଡ ଜିଲ୍ଲା ଭେଡେନ ବ୍ଲକର ମହୁଲପାଲି ରୁ ରେମଣ୍ଡା ପ୍ରଧାନମନ୍ତ୍ରୀ ରାସ୍ତା ରହିଛି। ଗତ ବର୍ଷା ଯୋଗୁଁ ରାସ୍ତା ର ମାଟି ଧୋଇ ହୋଇ ଘାଇ ସୃଷ୍ଟି ହୋଇଯାଇଛି। ମୁଖ୍ୟତଃ ଯିବା ଆସିବା ରେ ସାଧାରଣ ଲୋକଙ୍କ ନାନାପ୍ରକାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ଏହି ରାସ୍ତା ଦେଇ ନାଗପଡ଼ା, ମହୁଲପାଲି, ଡୁଙ୍ଗୁରିପାଲି ଓ ଅନ୍ୟାନ୍ୟ ଗ୍ରାମ ର ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରେମଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର, ପଞ୍ଚାୟତ ଅଫିସ ,ସ୍କୁଲ, କଲେଜ ଛାତ୍ର ଛାତ୍ରୀ ମାନେ ବିଶେଷ ଭାବରେ ଗମନାଗମନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବରଗଡ ଗ୍ରାମ୍ୟ ଉନ୍ନୟନ ବିଭା୩ଗ ତଥା ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କ ରାସ୍ତା ସମସ୍ୟା ଦୂରକରିବା ପାଇଁ ଗ୍ରାମବାସୀ ତଥା ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହେଉଛି । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୫/୯/୨୦୨୩----୮,୧୦ Sakhigopal News,15/9/2023