Breaking News

ଗାଧେଇବାକୁ ଯାଇ ନାଳ ରେ ଭାସିଗଲେ ଦୁଇ ଛାତ୍ରୀ :

 
କନ୍ଧମାଳ ---କୋଟଗଡ଼ ବ୍ଲକ ଜୁଡ଼ାବାଲି ପଞ୍ଚାୟତର ଶ୍ରାଲିଗୁଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି ।ଗାଧେଇବା ସମୟରେ ଭାସିଗଲେ ଦୁଇ ଜଣ ନାବାଳିକା ଛାତ୍ରୀ । କୋଟଗଡ଼ ବ୍ଲକ ଜୁଡ଼ାବାଲି ପଞ୍ଚାୟତର ଶ୍ରାଲିଗୁଡା ଗାଁ ପୋଲପାଲି ନାଳ ରେ ଗାଧେଇବା ସମୟରେ ଏହି ଅଘଟଣ ଘଟିଛି l ସ୍କୁଲ ରୁ ଫେରି ଦୁଇ ଛାତ୍ରୀ ସ୍ଥାନୀୟ ନାଳ ରେ ଗାଧେଇବାକୁ ଯାଇଥିବା ସମୟରେ ଗୋଡ଼ ଖସି ଭାସିଯାଇଥିବା ସୂଚନା ମିଳିଛି l ଛାତ୍ରୀ ଙ୍କ ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟ ରେ ଲାଗିପଡ଼ିଥିବା ବେଳେ ଅଗ୍ନିଶମ ବାହିନୀ କୁ ସୂଚନା ଦେଇଥିଲେ l ଜଣେ ନବମ ଶ୍ରେଣୀ ଛାତ୍ରୀ ଆନନ୍ତି ଗାଉଁଟିଆ ଙ୍କୁ ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି ।କିନ୍ତୁ ଅନ୍ୟଜଣେ ଦଶମ ଶ୍ରେଣୀ ଛାତ୍ରୀ ଚାନ୍ଦିନୀ ମଲିକ ଏବେ ବି ନିଖୋଜ ଥିବା ବେଳେ କୌଣସି ସନ୍ଧାନ ମିଳି ପାରିନାହିଁ l ଘଟଣା ସ୍ଥଳରେ ଏବେ ବି ଅଗ୍ନିଶମ ବାହିନୀ ନିଖୋଜ ଛାତ୍ରୀ ଚାନ୍ଦିନୀ ଙ୍କୁ ଉଦ୍ଧାର ପାଇଁ କାର୍ଯ୍ୟ ଜାରି ରଖିଛନ୍ତି l ଘଟଣା ସ୍ଥଳରେ କୋଟଗଡ଼ ତହସିଲଦାର ଦିବାକର ମାଝୀ ଓ ବିଡ଼ିଓ ଅର୍ଜୁନ ପ୍ରଧାନ ଉପସ୍ଥିତ ରହିଛନ୍ତି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୬/୯/୨୦୨୩----୯,୪୫ Sakhigopal News,16/9/2023

Blog Archive

Popular Posts