Breaking News

ଆଇଆଇଟି ପକ୍ଷରୁ ଆତ୍ମହତ୍ୟା ପ୍ରତିରୋଧ ସମ୍ବନ୍ଧୀୟ କର୍ମଶାଳା ଆୟୋଜିତ



ଜଟଣୀ -- ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ଵର ପକ୍ଷରୁ ‘ଆତ୍ମହତ୍ୟା ପ୍ରତିରୋଧ-ଆଶା ସଂଚାର ଦିଗରେ ପଦକ୍ଷେପ' ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ  ହୋଇଯାଇଛି। ଅତିଶୟ ମାନସିକ ଚାପ ହେତୁ ଆତ୍ମହତ୍ୟା ମାନସିକତାର ଶିକାର ବ୍ୟକ୍ତିଙ୍କୁ ଚିହ୍ନଟ କରିବା ତଥା ସହୟତା
ଖୋଜୁଥିବା ସେମାନଙ୍କ ଭାଷା ବୁଝିବା ଉଦ୍ଦେଶ୍ୟରେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା । ସୁଇସାଇଡ୍ ପ୍ରିଭେନ୍ସନ୍ ଇଣ୍ଡିଆ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଶ୍ରୀ ନେଲ୍‌ସନ୍‌ ବିନୋଦ ମୋନେସ୍ ଏହି ଅବସରରେ ଉଦ୍‌ବୋଧନ ଦେଇଥିଲେ । ସେ ଜଣେ ପ୍ରତିଷ୍ଠିତ ଟେତେକ୍ଟ ବକ୍ତା ଏବଂ ଜଣେ ଆତ୍ମହତ୍ୟା ପ୍ରତିରୋଧ ବିଶେଷଜ୍ଞ । ଜଣେ ବହୁ-ପୁରସ୍କୃତ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଶ୍ରୀ ମୋଜେସ୍, ନିଜର ବକ୍ତବ୍ୟରେ ଆତ୍ମହତ୍ୟା ମାନସିକତାରପ୍ରତିରୋଧ ଦିଗରେ ପ୍ରୟାସ ତଥା ମାନସିକ ସ୍ଵାସ୍ଥ୍ୟର ଯତ୍ର ଗୁରତ୍ନ ବିଷୟରେ ଉଲ୍ଲେଖ କରିଥିଲେ ।
 ଏଥି ସହିତ ସେନ୍ୟୁରୋ ଡାଇଭର୍ସିଟୀ, ନନ୍-ସୁଇସାଇଡାଲ ସେଲୁ ଇଞ୍ଜୁରୀ, ନିଜର ମାନସିକ ଯତ୍ନ ଏବଂ ମେଣ୍ଟାଲ୍ ହେଲ୍‌ଥ ପିରାମିଡ୍ ଆଦିବିଭିନ୍ନ ବିଷୟ ଉପରେ ସୂଚନା ଦେଇଥିଲେ । ଏହି କର୍ମଶାଳାରେ ଅଂଶଗ୍ରହଣ କରି ଆଇଆଇଟି ଭୁବନେଶ୍ବରର ଛାତ୍ରଛାତ୍ରୀ ଏବଂସଦସ୍ୟମାନେ କିପରି ବ୍ୟକ୍ତିଗତ ସ୍ତରରେ ଅମୁହତ୍ୟା ମାନସିକତାର ପ୍ରତିରୋଧ ଓ ପ୍ରତିକାର ଦିଗରେ କାର୍ଯ୍ୟ କରିପାରିବେ ସେ ସମ୍ପର୍କରେ ବିଶଦ ଭାବେ ଜାଣିଥିଲେ । ଏହି ଅବସରରେ, ଅନ୍ୟମାନଙ୍କ ମଧ୍ୟରେ, ଆଇଆଇଟି ଭୁବନେଶ୍ଵରର ନିର୍ଦ୍ଦେଶକ ପ୍ରଫେସର୍ ଶ୍ରୀପଦ କର୍ମାଲକର ଏବଂ ରେଜିଷ୍ଟ୍ରାର ଶ୍ରୀ ବାମଦେବ ଆଚାର୍ଯ୍ୟ ଉପସ୍ଥିତ ଥିଲେ।ଆଇଆଇଟି ଭୁବନେଶ୍ଵରର ପ୍ରଫେସର୍‌-ଇନ୍-ଚାର୍ଡ (ସିଏସ୍‌ଟି) ଡଃ ରାଜ କୁମାର ସିଂ ଏବଂ ଷ୍ଟୁଡେଣ୍ଟ୍‌ କାଉନ୍ସିଲର ଡଃ.ଗଗନଦୀପ କୌର ମକ୍ସରଙ୍କ ନେତୃତ୍ବରେ ପ୍ରତିଷ୍ଠାନର କାଉନ୍ସେଲିଂ ସର୍ଭିସ୍ ଟିମ୍ (ସିଏସ୍‌ଟି) ଦ୍ଵାରା ଏହି କର୍ମଶାଳାଟି ପରିଚାଳନା ହୋଇଥିଲା।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୯/୨୦୨୩----୮,୪୫ Sakhigopal News,17/9/2023

Blog Archive

Popular Posts