Breaking News

ରକ୍ତର ବିକଳ୍ପ ନାହିଁ, ଲରମ୍ଭା କଲେଜରେ ମେଗା ରକ୍ତଦାନ ଶିବିର


ବରଗଡ଼ ---- ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜରେ ମେଗା ରକ୍ତଦାନ ଶିବିର କଲେଜର ଯୁବରେଡକ୍ରସ, ଏନ.ଏସ.ଏସ ,ଏନ.ସି.ସି ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ କଲ୍ୟାଣୀ ବରଗଡର ମିଳିତ ସହଯୋଗରେ  ଅନୁଷ୍ଠିତ ହୋଇଯାଇଛି ।  କଲେଜର  ପ୍ରାଧ୍ୟାପକ  ଅଶୋକ  ମହାନ୍ତି ଆନୁଷ୍ଠାନିକ  ଭାବେ ରକ୍ତଦାନ ଶିବିରଟିକୁ ଶୁଭାରମ୍ଭ କରିଥିଲେ । ପ୍ରଥମେ ମା'ସମଲେଇଙ୍କୁ ପୂଜାର୍ଚ୍ଚନା କରାଯାଇ ରକ୍ତାଦାନ ମହତଦାନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ  ଲରମ୍ଭା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡା. ସୁଶ୍ରୀ ସଂପର୍ଣ୍ଣା ରଥ, ଆୟୁଷ ଡାକ୍ତର ତ୍ରିଲୋଚନ ବରାଳ , ଅଧ୍ୟାପକ ଡଃ ଦିଗମ୍ବର ଚାନ୍ଦ, ମନୋରଞ୍ଜନ ତ୍ରିପାଠୀ ,   ମୁଖ୍ୟ କିରାଣୀ ପ୍ରମୋଦ ସେଟ, କଲ୍ୟାଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଭାପତି ପାଣ୍ଡବ କର୍ଣ୍ଣ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ରକ୍ତର ବିକଳ୍ପ ନାହିଁ, ଏହା ଜୀବନ ପାଇଁ କେତେ ଜରୁରୀ ଓ ମହାମାରୀ କରୋନା କାଳରେ ରକ୍ତର କେତେ ଆବଶ୍ୟକତା  ଥିଲା ସେ ଉପରେ ଆଲୋଚକ ମାନେ ନିଜର ମତ ରଖିଥିଲେ । ଆଗାମି ସ୍ଥିତିରେ ସ୍ବେଚ୍ଛାକୃତ ଚକ୍ଷୁ ଓ ଶରୀର ଦାନ ଉପରେ ଉତ୍ସାହମୂଳକ ବାର୍ତ୍ତା ଦିଆଯାଇଥିଲା । ପ୍ରବଳ ବର୍ଷା  ସତ୍ତ୍ବେ  ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ବରଗଡ ସରକାରୀ ଡାକ୍ତରଖାନା ରକ୍ତଭଣ୍ଡାର କର୍ମଚାରୀ ବୃନ୍ଦ ରକ୍ତ ସଂଗ୍ରହ କରିଥିଲେ ।  ଏଥିରେ କଲେଜ ଯୁବ ରେଡକ୍ରସ ଅଧିକାରୀ କାଦମ୍ବିନୀ ଗୁରୁ , ସୁନୀଳ କୁମାର ପ୍ରଧାନ , ହରିଶପାତ୍ର, ଏନ.ଏସ.ଏସ  ଅଧିକାରୀ ଡଃ ଅଜିତ କୁମାର ନାଥ, ସଂଘମିତ୍ରା ମହାକୁର, ଗଣେଶ ସିଂ, ରିଂକି ଖେତି,  ଏନ. ସି.ସି  ଅଧିକାରୀ ଲେପଟାଣ୍ଟ ପାଟମଞ୍ଜରୀ ସାହୁ ସମେତ ପ୍ରତ୍ୟେକ ବିଭାଗର ସ୍ବେଚ୍ଛାସେବୀ ସହଯୋଗ କରିଥିଲେ । ରକ୍ତଦାତା ମାନଙ୍କୁ ରକ୍ତଦାନର ପ୍ରମାଣ ପତ୍ର ସହ ମେଗା ରକ୍ତଦାନର ଉଦଯାପନୀ ସମାରୋହ ଥିବାରୁ  ଅଧ୍ୟାପକ ମାନଙ୍କ ଦ୍ବାରା ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ  ଡଃ ଅଜିତ କୁମାର ନାଥ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ଓ ଆୟୋଜକ ମାନଙ୍କ ପାଖରେ କୃତଜ୍ଞତା ପ୍ରକାଶ କରିଥିଲେ  ।  ଶିବିରରେ କଲେଜର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୯/୨୦୨୩-----୧୦,୪୫ Sakhigopal News and photo,14/9/2023

Blog Archive

Popular Posts