ସ୍ଵର୍ଗତ ଦେବବ୍ରତ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ରକ୍ତଦାନ ଶିବିର
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ କୁବେଡେଗା ପଂଚାୟତ ନୂଆଁପାଲି ହଟଲି ଠାରେ ଆମ ଓଡିଶା ଓ ଫାଇଟ ଅନ ରାଇଟ (ଫର) ର ପ୍ରତିଷ୍ଠାତା ସ୍ଵର୍ଗତ ଦେବବ୍ରତ ମିଶ୍ର (ଟୁକୁ) ଦାଦାଙ୍କ ସ୍ମୃତି ଉଦ୍ଦେଶ୍ଯ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିବେଦକ ଭାବରେ "ଫର" ର ଅଧ୍ୟକ୍ଷା ଶ୍ରୀମତୀ ମିନାକ୍ଷୀ ମିଶ୍ର ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସମୟରେ ବରଗଡ ରକ୍ତଭଣ୍ଡାର ର ଅମରଜିତ ମହାନ୍ତି, ରୋହିତ କଲେତ, ଭୁବନେଶ୍ବର ସାହୁ ଓ ମହେନ୍ଦ୍ର ମେହେର ୪୧ ୟୁନିଟ୍ ରକ୍ତସଂଗ୍ରହ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଗୋବିନ୍ଦ ନାଗ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଭେଡେନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୂଜାତା ପ୍ରଧାନ, ବିଶିଷ୍ଟ ସାହିତ୍ୟିକ ଉତ୍ପନ୍ନ କୁମାର ଭୋଇ ଓ ଭେଡେନ ର ସ୍ଵେଚ୍ଛାସେବୀ ସଂଗଠନ "ଅମୃତ କୁଟୁମ୍" ସଭାପତି ଆନନ୍ଦ ଚନ୍ଦ୍ର ସୁନା ଯୋଗ ଦେଇଥିଲେ। ଏହି ସମୟରେ ସମିର ପ୍ରଧାନ, ଗୋପାଳ ଭେସରା ସମେତ "ଜୟମା ଖାମସମିଏନ ଯୁବ ସଂଗଠନ" ନୂଆଁପାଲି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।ପରିଶେଷରେ ଯୁବ ସମାଜସେବୀ ବିବେକାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୯/୯/୨୦୨୩---୮,୪୫ Sakhigopal News,19/9/2023