ଜାତୀୟ ସେବା ଦିବସ ପାଳନ
ଭଞ୍ଜନଗର--ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁବାଷୀନି ଦେବୀ ଅଧକ୍ଷତା କରି ଜାତୀୟ ସେବା ଯୋଜନା ଦିବସର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଜୟଲକ୍ଷ୍ମୀ ରଥ ଛାତ୍ରୀମାନକୁ କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ତମ ଅଧିକାରୀ ପ୍ରେମଚାନ୍ଦ ମଲ୍ଲିକ ସେଛାସେବୀ ଛାତ୍ରୀ ମାନଙ୍କୁ ସାମାଜିକ ଉନ୍ନତି କିପରି କରିପାରିବା ସହିତ ତାଙ୍କର ପୂର୍ବ ଅନୁଭୂତି ଉପରେ ଆଲୋକପାତ କରିଥିଲେ। ଶେଷ ଶ୍ରୀ ମଲ୍ଲିକ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ଓ କର୍ମଚାରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୯/୨୦୨୩---୮,୪୫ Sakhigopal News,25/9/2023