ମାରୁତି ସେନା ପକ୍ଷରୁ ବୃକ୍ଷ ରୋପଣ ସହିତ ଗୋ ସୁରକ୍ଷା ପାଇଁ ଆଲୋଚନା ଚକ୍ର
ପୁରୀ ---ପୁରୀ ସମୁଦ୍ର କୁଳ ନିକଟସ୍ଥ ସମଙ୍ଗ ଓମ କାରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମାରୁତି ସେନା ପକ୍ଷରୁ ଏକ ବୃକ୍ଷ ରୋପଣ ସହ ଗୋ ସୁରକ୍ଷା ପାଇଁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାରେ ଗୋ ଚାଲାଣ କୁ କିଭଳି ସମ୍ପୂର୍ଣ ବନ୍ଦ କରାଯାଇ ପାରିବ ତା ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ମାରୁତି ସେନାର ପୁରୀ ଟାଉନ ଉପ ସଭାପତି ନାରାସିଂହ ପୁରାଣ ପଣ୍ଡା ଓ ପୁରୀ ସଦର ସଭାପତି ସନ୍ତୋଷ ପ୍ରଧାନ। ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ ମାରୁତି ସେନା ଜିଲ୍ଲା ସଭାପତି ଅନିଲ ସ୍ୱାଇଁ ଓ ସମ୍ପାଦକ କୁନା ମିଶ୍ର, ଟାଉନ ସଭାପତି ବଳରାମ ବାରିକ। ଦେବି ଦଳବେହେରା,,ପ୍ରଦୀପ ମହାପାତ୍ର,, ନାରାୟଣ ଭୋଇ,,ସୁଧାଂଶୁ ସାହୁ,ପପୂ ଦଳବେହେରା ପ୍ରମୁଖ କାର୍ଯ୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୯/୨୦୨୩---୮,୨୫ Sakhigopal News,17/9/2023