Breaking News

ଭଞ୍ଜନଗର ସହିତ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ ହୋଇଯାଇଛି





ଭଞ୍ଜନଗର:  ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ପୂଜା ମଣ୍ଡପରେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ମହାଆଡମ୍ବର ସହ ପାଳିତ ହେଇଯାଇଛି। ଛାତ୍ରଛାତ୍ରୀ ମାନେ ସକାଳୁ ବିଭିନ୍ନ ଭୋଗ ସାମଗ୍ରୀ ଧରି ନିଜ ନିଜର ଶିକ୍ଷାନୁଷ୍ଠାନରେ ପ୍ରଭୁ ବିଘ୍ନରାଜଙ୍କୁ ପୂଜାର୍ଚ୍ଚନା କରିଥିଲେ । ଚଳିତ ବର୍ଷ ଭଞ୍ଜନଗର ସହରରେ ଅନେକ ସ୍ଥାନରେ ପ୍ରଭୁ ଗଣେଶ ପୂଜା ପାଉଛନ୍ତି । ବିଭିନ୍ନ ଶିକ୍ଷାନୁଷ୍ଠାନ ବିଭିନ୍ନ ସାହି, ମାନଙ୍କରେ ପୂଜାର ଆୟୋଜନ କରାଯାଇଥିଲା । ପଲ୍ଲୀରୁ ସହର    ଚାରିଆଡ଼େ ଉତ୍ସବ ମୁଖର ଦେଖିବାକୁ ମିଳିଛି। ପୂଜା ମଣ୍ଡପରେ ଗଣେଶଙ୍କ ଆକର୍ଷଣୀୟ ମୃଣ୍ମୟୀ ମୂର୍ତ୍ତି ସାଙ୍ଗକୁ ସୁନ୍ଦର ସାଜସଜ୍ଜା, ସୁଉଚ୍ଚ ତୋରଣ ଓ ରଙ୍ଗୀନ୍  ଅଲୋକ ମାଳାରେ  ଝଲସି ଉଠୁଛି।  ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ଡିଏଭି ପବ୍ଲିକ ସ୍କୁଲ,  ୟୁବି ହାଇସ୍କୁଲ, ଦିନବନ୍ଧୁ ବାଳିକା ସରକାରୀ ହାଇ ସ୍କୁଲ, କେ ଏସ ୟୁ ବି ମହାବିଦ୍ୟାଳୟ ସାବିତ୍ରୀ ମହିଳା ମହାବିଦ୍ୟାଳୟ ବିସିସିଏମ, ସତ୍ୟସାଇ ବିଦ୍ୟାବିହାର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଭୃତି ସ୍ଥାନରେ ପାଳିତ ହେଯାଇଥିବା ବେଳେ ଶିକ୍ଷକ ମାନଙ୍କର ଧର୍ମଘଟ ଚାଲିଥିବାରୁ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ପ୍ରଭୂ ଗଜାନନଙ୍କ ପୂଜା ନ ହେବାରୁ ଛାତ୍ରଛାତ୍ରୀ ମାନଙ୍କ ମନରେ ଦୁଃଖର ଆସର ଦେଖିବାକୁ ମିଳିଛି ।ସେହିପରି ଭଞ୍ଜନଗର ନିକଟ ଜାମପଲ୍ଲୀ ଗ୍ରାମରେ ମଧ୍ୟ ଗଜାନନଙ୍କ ପୂଜା ଆଡମ୍ବର ସହକାରେ ପାଳିତ ହେଇଯାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୯/୨୦୨୩----୭,୩୫ Sakhigopal News,20(9/2023

Blog Archive

Popular Posts