ବଦଳିଲେ ଖଣ୍ଡପଡ଼ା ବିଡ଼ିଓ ଏବଂ ତହସିଲଦାର,
ନୟାଗଡ, ----- ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ବିଡ଼ିଓ ଅରୁଣୀମା ସାହୁ ଏବଂ ଖଣ୍ଡପଡ଼ା ତହସିଲଦାର ଲିପ୍ସା ରାୟଙ୍କୁ ବଦଳି କରାଯାଇଥିବା ପଞ୍ଚାୟତରାଜ ବିଭାଗ ପକ୍ଷରୁ ମିଳିଥିବା ଚିଠି ରୁସୂଚନା ମିଳିଛି। ଖଣ୍ଡପଡ଼ା ବ୍ଲକରେ କାର୍ଯ୍ୟରତ ବିଡ଼ିଓ ଅରୁଣୀମା ସାହୁ କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ କୁ ବଦଳିହୋଇ ଥିବା ବେଳେ ତହସିଲଦାର ଲିପ୍ସା ରାୟଙ୍କୁ ପୁରୀ ଜିଲା ସତ୍ୟବାଦୀ ବ୍ଲକ ବିଡ଼ିଓ ଭାବେ ବଦଳି ହୋଇଥିବାର ପଞ୍ଚାୟତ ରାଜ ପାନୀୟଜଳ ବିଭାଗ ଚିଠି ନଂ୨୦୫୪୯ରୁ ଜଣା ପଡ଼ିଛି।ଅନ୍ୟ ପକ୍ଷରେ ଏହି ଦୁଇ ଅଧିକାରୀଙ୍କ ବଦଳି ପରେ ତାଙ୍କ ସ୍ଥାନରେ କୌଣସି ନୂତନ ଅଧିକାରୀ ଙ୍କୁ ନିଯୁକ୍ତି ମିଳିନଥିବା ଜଣା ପଡ଼ିଛି।ସୂଚନାଯୋଗ୍ୟ ଯେ ଖଣ୍ଡପଡ଼ା ତହସିଲଦାର ଏବଂ ଖଣ୍ଡପଡ଼ା ବିଡ଼ିଓଙ୍କ ବିରୁଦ୍ଧରେ, ବାରମ୍ବାର ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇ ଥିବାସହ ଗତ ଦୁଇ ତାରିଖରେ ଖଣ୍ଡପଡ଼ା ର ଆଡଭୋକେଟ ବିକ୍ରମ କେଶରୀ ଦେଓ ଟୁଇଟ ଯୋଗେ ମୋ ସରକାର ଫାଇବ ଟି କୁ ଖଣ୍ଡପଡ଼ା ବିଡ଼ିଓ ଏବଂ ତହସିଲଦାର ଙ୍କ ବିରୁଧରେ ଜଣାଇଥିଲେ। ତେବେ ଏହି ଦୁଇଜଣ ଅଧିକାରୀଙ୍କ ବଦଳି ହୋଇଥିବା ଜଣାପଡିଛି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ, ୧୪/୯/୨୦୨୩----୧୦,୫୫ Sakhigopal News,14/9/2023