ଘୁମୁସର ବାହିନୀ ପକ୍ଷରୁ ଘୁମୁସର ସମ୍ବର୍ଦ୍ଧିତ ବକ୍ତୃତା ଏବଂ ସାଧାରଣଜ୍ଞାନ ପ୍ରତିଯୋଗିତାର
ଭଞ୍ଜନଗର,----:ଭଞ୍ଜନଗର ଉପଖଣ୍ଡକୁ ସ୍ବତନ୍ତ୍ର ଘୁମୁସର ଜିଲ୍ଲା ଗଠନ ଦାବି ନେଇ ଆନ୍ଦୋଳନ ଚଲାଇଥିବା ‘ଘୁମୁସର ବାହିନୀ’ ସଙ୍ଗଠନ ପକ୍ଷରୁ ଭିନ୍ନ ଢଙ୍ଗରେ ଆନ୍ଦୋଳନ ଜାରି ରହିଛି। ଅନ୍ଦୋଳନକୁ ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆଜି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘୁମୁସର ଜିଲ୍ଲାର ଐତିହ୍ୟ ଓ ଜିଲ୍ଲା ଆବଶ୍ୟକତା ସଂର୍ପକୀତ ପ୍ରତିଯୋଗୀତା ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପଢାଳ ଠାରେ ଅନୁଷ୍ଠିତ ହୋଇଥିଲା। ଉଭୟ ଓଡିଆ, ଇରାଜୀ ରେ ବକ୍ତୃତା ଓ କୁଇଜ୍ ପ୍ରତିଯୋଗୀତା ହୋଇଥିବା ବେଳେ ପ୍ରିତିଯୋଗୀତା ଶେଷ ହେବାପରେ ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କାର ବିତରଣ କରାଯାଇଥିଲା। ଏଥିରେ କବି ପ୍ରଶାନ୍ତ ମହାନ୍ତି,ଅଧ୍ୟାପକ ଡ.ଗୁରୁମୂର୍ତ୍ତି ନାୟକ,ଅଧ୍ୟାପିକ ଡ.ନଳୀନି ପ୍ରଭା ଦାସ,ଶିକ୍ଷାବିତ୍ ରବି ନାରାୟଣ ମହାନ୍ତି,ନେତାଜୀ ବିଷୋୟୀ,ଡା.ଗାୟତ୍ରୀ ସାହୁ, ନିରଂଜନ ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହି ଘୁମୁସର ଜିଲ୍ଲା ସଂର୍ପକରେ କହିବା ସହ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହାକୁ ଘୁମୁସର ବାହିନୀ ସଦସ୍ୟ ନଚିକେତା ପ୍ରଧାନ,ମାଧବ ନାୟକ,ରାମ ମହାନ୍ତି,ଅରକ୍ଷିତ ପରିଚ୍ଛା,ସୁଶାନ୍ତ ବେହେରା,ନିଲୁ ବିଷୋୟୀ, କେଶବ ବାରିକ, ସ୍ଵରୂପ ରଞ୍ଜନ ପାତ୍ର, ସୁଜିତି ବିଷୋଇ, ପପୁ ପାତ୍ର ,ମନଜ୍ ଗୌଡ ଏବଂ ଶିବୁ ଭାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ପ୍ରକାଶ ଥାଉକି,ଏହି ସଙ୍ଗଠନ ଘୁମୁସର ଜିଲ୍ଲା ମାନ୍ୟତା ପ୍ରଦାନ କରିବା ନେଇ ବିଭିନ୍ନ ତରିକାରେ ଦାବି ଉପସ୍ଥାପନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଏନେଇ ଚିଠି ଲେଖା ଅଭିଯାନ ଜାରି ରଖିଛି। ଘୁମୁସର ଜିଲ୍ଲା ନେଇ ସଚେତନ କରିବା ସହ ଆଗମୀ କାର୍ଯ୍ୟଧାରା ସମ୍ପର୍କରେ ଜନମତ ସଂଗ୍ରହ କରିବାକୁ ଗତ ସପ୍ତାହରେ କୁଲାଡ ଠାରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ଉପଖଣ୍ଡର ପ୍ରତିଟି ଅଞ୍ଚଳରେ ଏଭଳି ପ୍ରତିଯୋଗୀତା ହେବ ଏବଂ ଆଗାମ କାଯ୍ୟକ୍ରମ ସୋରଡା ବିଧାୟକ ପୂଣ୍ନ ଚନ୍ଦ୍ର ସ୍ବାଇଁ ଙ୍କୁ ଭେଟି ଜିଲ୍ଲା ଦାବି ଅନୁରୋଧ ପତ୍ର ଦିଆ ହେବ ବୋଲି ସଦସ୍ୟ ମାନେ ପ୍ରକାଶ କରିଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ୧୮/୯/୨୦୨୩---୯,୧୦ Sakhigopal News,18/9/2023