ଭାର୍ଗବୀ ନଦୀରେ ଦୁତୀୟ ବନ୍ୟା ଜଳ ପ୍ରବାହିତ , ୨୦ଟି ଗ୍ରାମାବାସୀ ଆତଙ୍କିତ
ସାକ୍ଷୀଗୋପାଳ---- ଭାର୍ଗବୀ ନଦୀରେ ଦୁତୀୟ ବନ୍ୟା ଜଳ ପ୍ରବାହିତ ହୋଇଛି । ଏହି ବନ୍ୟା ଜଳ ପ୍ରବାହିତ ହେବାରୁ ଗବକୁଣ୍ଡ, କେତକୀପାଟଣା,ବାଗଲପୁର, ଜମାରସୁଆଁ, ସୁଆଁଲୋ, ହରିପୁର, ବିଲିପଡା ଆଦି ଗ୍ରାମର ଲୋକମାନଙ୍କ ଆଖିରୁ ଏବେ ନିଦ ହଜିଯାଇଛି । ଗୋଟିଏ ପଟେ ଏହି ନଦୀ ବନ୍ଧ ପ୍ରତିବର୍ଷ ବନ୍ୟା ପାଣି ଛାଡିବା ପରେ ନଦୀ ବନ୍ଧ ଦବି ଯାଇଥାଏ । ପୁରୀ ଜଳସେଚନ ବିଭାଗ ପକ୍ଷରୁ ଉକ୍ତ ନଦୀ ବନ୍ଧ କାମ କରାଯାଇଥାଏ । ଯାହାକି ଏବେ ଲୋକମାନେ କହନ୍ତି ଏହା ହେଉଛି ପୁରୀ ଜଳସେଚନ ବିଭାଗର ଦଶହରା ଭେଟି । ଚଳିତ ବର୍ଷ ପ୍ରଥମ ବନ୍ୟା ପାଣି ଭାର୍ଗବୀ ନଦୀରେ ଆସିବା ପରେ ନୂଆନଇ ଦେଇ ବନ୍ୟା ଜଳ ପ୍ରବାହିତ ହୋଇଥିଲା । ପରେ ପରେ ନଦୀ ବନ୍ଧ ଦଦି ଯାଇଥିଲା । ପୁରୀ ଜଳସେଚନ ବିଭାଗ ପକ୍ଷରୁ ତୁରନ୍ତ ସେଠାରେ ମେସିନ ଲଗାଇ ଭାସି ଯାଇଥିବା ମାଟି ନଦୀ ମଧ୍ୟରୁ ଉଠାଇ ସେହି ନଦୀ ବନ୍ଧରେ ପକାଯାଇଛି । ମାତ୍ର ଜଳସେଚନ ବିଭାଗ ସହିତ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଗ୍ରାମବାସୀ ମାନେ ଏହି ନଦୀ ବନ୍ଧର ସ୍ଥାୟୀ ସମାଧାନ କରିବା ପାଇଁ ଦାବୀ କରି ଆସୁଛନ୍ତି । ଏପରିକି ଉକ୍ତ ନଦୀ ବନ୍ଧରେ ପ୍ରତି ବର୍ଷ ମାଟି ଦବି ଯିବା ସହ ବନ୍ଧ ଭୁଷୁଡି ଯାଉଛି । ଏଣୁ ପଥର ବାଡ କରାଯାଉ ନଚେତ ନଦୀମଧ୍ୟରେ ଏକ ରିଙ୍ଗରୋଡ କରିବା ପାଇଁ ସ୍ଥାନୀୟ ଗ୍ରାମାବସୀ ପ୍ରଫୁଲ ମିଶ୍ର, ରତ୍ନାକର ଦାଶ, ଲକ୍ଷ୍ମଣ ପ୍ରଧାନ, ଦିବାକର ବେହେରା ଓ ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଦାବୀ କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୯/୨୦୨୩----୮,୧୦ Sakhigopal News, 16/9/2023