ଅଲିଭା ଘର ବୃଦ୍ଧାଶ୍ରମ କୁ ନୂଆଖାଇ ପର୍ବରେ ସହଯୋଗ
ବରଗଡ଼ ---ବରଗଡ ଜିଲ୍ଲା ଭେଡେନ୍ ବ୍ଳକ୍ ଅନ୍ତର୍ଗତ୍ ବଡ୍ ପିପିଲିପାଲି ଗ୍ରାମରେ ଆନନ୍ଦ ସେବା ସଦନ ଏବଂ କୁବେଡେଗା ପଞ୍ଚାୟତ ପଧାନଟିକରା ଅଲିଭା ଘର ବୃଦ୍ଧାଶ୍ରମ କୁ ନୂଆଖାଇରେ ସହଯୋଗ । ସମାଜ ସୁରକ୍ଷା ସଂଗ୍ରାମ ସମିତିର ସଭାପତି ତଥା ଉଜ୍ବଳ ସ୍ବେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସମାଜସେବୀ ଗୋବିନ୍ଦ ନାଗ ,ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଁଖାଇ ଅଢିଆ ବଣ୍ଟନ କରିଥିଲେ। ପ୍ରତ୍ୟେକ କାର୍ଯ୍ୟରେ ସୁଖରେ ଦୁଃଖରେ ସବୁବେଲେ ରହିଛି ଓ ରହିବି ବୋଲି ଅନ୍ତେବାସୀ ମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।କିଶୋର ମେହେର, ରାଜେଶ ବରେଇ, ଆନନ୍ଦ ସେଠ୍ ,ବିବେକାନନ୍ଦ ପ୍ରଧାନ,ଗୋପାଲ ଭେସରା ପ୍ରମୁଖ ବଣ୍ଟନ କାର୍ଯ୍ମୟକ୍ରମରେ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/9୨୦୨୩----୭,୫୫ Sakhigopal News,20/9/2023