Breaking News

ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ

 
ବରଗଡ଼ --- ଆଜି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପର୍ବ। ଏହି ବସରରେ ବରଗଡ ଜିଲ୍ଲା କୁବେଡେଗା ପଞ୍ଚାୟତ ଅର୍ନ୍ତଗତ ପ୍ରଧାନପାଲି ଠାରେ ଥିବା ଅଲିଭା ବୃଦ୍ଧାଶ୍ରମ ଠାରେ ଭେଡେନ ଅମୃତ କୁଟୁମ ର ସଭାପତି ଆନନ୍ଦ ଚନ୍ଦ୍ର ସୁନା ଓ ସକ୍ରିୟ ସଦସ୍ୟ ବସନ୍ତ ପ୍ରଧାନ, ଗୋପୀ ମେହେର, ଘନଶ୍ୟାମ ଅଗ୍ରୱାଲ ଶମ୍ଭୁନାଥ ମେହେର, ପଞ୍ଚୁ ସାହୁ ଓ ସମ୍ଭୁ ପ୍ରଧାନ ପ୍ରମୁଖ ଯାଇ ନୂଆଁଖାଇ ଅବସରରେ ଅଲିଭା ବୃଦ୍ଧାଶ୍ରମ କୁ ଯାଇ ବୃଦ୍ଧ, ବୃଦ୍ଧା, ବିଧବା ମହିଳା ମାନଙ୍କୁ ନୂତନ ବସ୍ତ୍ର ସହିତ କିଛି ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ଏହି ସମୟରେ ବୃଦ୍ଧ, ବୃଦ୍ଧା ମାନଙ୍କ ସହିତ ଭାବର ଆଦାନପ୍ରଦାନ  ମୂହୁର୍ତ୍ତରେ ବୃଦ୍ଧ, ବୃଦ୍ଧା କାନ୍ଦି ପକାଇଥିଲେ । ଅମୃତ କୁଟୁମ୍ ର ସଦସ୍ୟ ମାନେ ମଧ୍ୟ ଆଖିରେ ଲୁହ ଆସି ଯାଇଥିଲା । ଆମର ଏହି ପରିଣତ ଅସହାୟ ବୟସରେ  ଆମକୁ କେହି ପଚାରୁ ନାହାନ୍ତି । ଆପଣ ମାନେ ଆସି ସହଯୋଗ କରିଥିବା ପାଇଁ ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ ବୋଲି ଆଶିର୍ବାଦ ପ୍ରଦାନ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/୯/୨୦୨୩----୮,୧୦ Sakhigopal News 20/9/2023

Blog Archive

Popular Posts