ଶ୍ରମିକ କଂଗ୍ରେସର ନୂତନ କର୍ମକର୍ତ୍ତା ନିର୍ବାଚନ
ଜଟଣୀ ---- ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଜୋନାଲ ମୁଖ୍ୟାଳୟ ଶାଖା କର୍ମକର୍ତ୍ତା ନିର୍ବାଚନ ବୁଧୁବାର ଉପେନ୍ଦ୍ର ଭଞ୍ଜ ରେଳ ଇନଷ୍ଟିଚ୍ୟୁଟରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ସୁଶାନ୍ତ କୁମାର ସାହାଣୀ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶାଖା ସମ୍ପାଦକ ଶ୍ରୀ ସଞ୍ଜୟ ଦାସ ବିଗତ ଦୁଇବର୍ଷର ଉପଲବ୍ଧି ଓ ଆଗାମୀ ଦିନରେ କର୍ମଚାରୀଙ୍କ ବିଭିନ୍ନ ପ୍ରକାର ସମସ୍ୟା ଓ ସମାଧାନ ସମ୍ପର୍କରେ ଏକ ଲିଖିତ ସଂପାଦକୀୟ ପାଠ କରିଥିଲେ। କୋଷାଧ୍ୟକ୍ଷ ଶ୍ରୀ ଶମ୍ଭୁନାଥ ମଲ୍ଲିକ ଆୟ ବ୍ୟୟର ହିସାବ ଉପସ୍ଥାପନା କରିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ସାହୁ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ ନିମନ୍ତେ ନିର୍ଭର ପ୍ରତିଶୃତି ଦେଇଥିଲେ। କର୍ମଚାରୀଙ୍କ କ୍ୱାର୍ଟର ଗୁଡ଼ିକ ଆଧୁନୀକରଣ ସହିତ ଏସି ସଂଯୋଗ ପାଇଁ ଅନୂମତି ପ୍ରଦାନ ସହିତ ପୁରୁଣା ପେନସନ ଆମର ହକ୍ ଏହା ପାଇବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ଶ୍ରୀ ସାହୁ ଦୃଢୋକ୍ତି ପ୍ରକାଶ କରିଥିଲେ। ଏହାପରେ ପୁରାତନ ଶାଖା ପରିଷଦ କୁ ଭଙ୍ଗ ଘୋଷଣ କରିଥିଲେ। ଖୋର୍ଦ୍ଧାରୋଡ଼ ମଣ୍ଡଳ ସହ ସଂଯୋଜକ (ସ୍ବାଧିନ) ଶ୍ରୀ ସୁନୀଲ କୁମାର ଭଞ୍ଜ ଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦେଇ ଭୋଟ ଗ୍ରହଣ କରାଇଥିଲେ। ଭୋଟ ଗ୍ରହଣ ଶେଷ ପରେ ସମସ୍ତଙ୍କ ଉପସ୍ଥିତିରେ ବ୍ୟାଲଟ ବକ୍ସ ଖୋଲାଯାଇ ଭୋଟ ଗଣତି କରାଯାଇଥିଲା। ପରେ ନିର୍ବାଚନ ଅଧିକାରୀ ଶ୍ରୀ ଭଞ୍ଜ ବିଜୟୀ ପାର୍ଥି ମାନଙ୍କ ନାମ ଘୋଷଣା କରିଥିଲେ। ସଭାପତି ଭାବେ ସୁଶାନ୍ତ କୁମାର ସାହାଣୀ, କାର୍ଯ୍ୟକାରୀ ସଭାପତି ଭଗବାନ ପଣ୍ଡା, ଉପସଭାପତି ସୁଶାନ୍ତ ମହାପାତ୍ର, ତାପସ ମହାପାତ୍ର, ସମ୍ପାଦକ ସଞ୍ଜୟ ଦାସ, ସହ ସମ୍ପାଦକ ହେମନ୍ତ ମଲିକ, କିଶୋର ନାୟକ, ପଞ୍ଚୁଲତା ଦାସ, ସ୍ନେହଲତା ବସ୍ତିଆ, କାର୍ଯ୍ୟକାରୀ ସମ୍ପାଦକ ଶିବପ୍ରସାଦ ନାୟକ , କେ ସି ମାଝୀ, କୋଷାଧ୍ୟକ୍ଷ ଶମ୍ଭୁନାଥ ମଲ୍ଲିକ ନିର୍ବାଚିତ ହୋଇଥିବା ବେଳେ ଯୁବ ବାହିନୀର ସଂଯୋଜକ ଶ୍ରୀଧର ନାୟକ ନିର୍ବାଚିତ ହୋଇଥିଲେ। କେନ୍ଦ୍ରୀୟ ପଦାଧିକାରୀ ଶ୍ରୀ ନିରଞ୍ଜନ ମିଶ୍ର, ସୁବ୍ରତ ପଣ୍ଡା, ବିଜୟଲକ୍ଷ୍ମୀ ଦାଶ ପ୍ରମୁଖ ଅନ୍ୟାନ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବୋଲି ମିଡ଼ିଆ ସେଲ୍ ମୁଖ୍ୟ ଶ୍ରୀ ଏଲ ଡି ମହାନ୍ତି ସୂଚନା ଦେଇଛନ୍ତି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୯/୨୦୨୩-----୯,୧୦ Sakhigopal News,20/9/2023