Breaking News

ଅଳଗୁମର ମା ଜାଗେଶ୍ୱରୀଙ୍କ କଣ୍ଟାକିଳା ପର୍ବ ନିଶାର୍ଦ୍ଧ ରାତିରେ ଶେଷ


  


 ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ  ଅଳଗୁମ  ଗ୍ରାମ ପଞ୍ଚାୟତରେ ପୂଜିତ ମା ଜାଗେଶ୍ୱରୀଙ୍କ କାଠିଯାତ୍ରା ଶେଷ ହୋଇଯାଇଛି ।  ଶନିବାର ସକାଳୁ ଦେବୀଙ୍କର ଦାନ୍ତକାଠି ମାଜଣାପରେ ସମସ୍ତ ନୀତିକାନ୍ତି ସରିବା ପରେ ସୁନାବେଶରେ ଟାହିଆଲାଗି ଅନୁଷ୍ଠିତ ହୋଇଥିଲା । ନିର୍ଶାଦ୍ଧ ରାତିରେ ମନ୍ଦିରର ଚତୁଦିଗରେ କଣ୍ଟାକିଳା ପର୍ବ ହୋଇଥାଏ । ଯାହାକି ଏ ସମ୍ପର୍କେ ବିଶେଷ କରି ଲୋକମାନେ ଜାଣିନଥାନ୍ତି । ଗ୍ରାମକୁ ବାହାର ଶ୍ରତୁ ବା ରୋଗ ଦାଉରୁ ରକ୍ଷା କରିବା ପାଇଁ ମାଙ୍କ ନିର୍ଦ୍ଦେଶ କ୍ରମେ ଏହି କଣ୍ଟାକିଳା ପର୍ବ ପାଳନ ହୋଇଥାଏ ବୋଲି ପୂଜକ ମାନେ କହିଥାନ୍ତି । ତାପରଦିନ ଏହି କଣ୍ଟାକିଳା ନେବା ପାଇଁ ଭକ୍ତ ମାନଙ୍କର ଗହଳି ଲାଗିଥାଏ । ବିଶେଷ କରି ପିଲାମାନଙ୍କର ପିହୁଳା, ପତଳାଝାଡା, ଜ୍ୱର, ଚମକିବା ଆଦି ରୋଗ ପାଇଁ ଏହା କାମ କରିଥାଏ ବୋଲି ଏବେବି ଲୋକମାନଙ୍କ ମନରେ ଅତୁଟ ବିଶ୍ୱାସ ରହିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୯/୨୦୨୩---୮,୧୦  Sakhigopal News, 30/9/2023

Blog Archive

Popular Posts