Breaking News

ଭଞ୍ଜନଗର ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା


ଭଞ୍ଜନଗର :- ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡ କୋଦଣ୍ଡା ଠାରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟ 
କ୍ରୀଡ଼ା ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ଶିକ୍ଷକ ନେତା ଜଗବନ୍ଧୁ ଜେନା, ସମ୍ମାନିତ ଅତିଥି ଭାବେ କବି ସମ୍ରାଟ ବିଦ୍ୟାପୀଠ କୁଲାଡ଼ର ପ୍ରଧାନଶିକ୍ଷକ କୁମୁଦ ଚନ୍ଦ୍ର ବାଡ଼ତ୍ୟା, ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଡିହପଢାଳର ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ ଓ ଜବାହର ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡାର ପ୍ରଧାନଶିକ୍ଷକ ସନ୍ତୋଷ ଜେନା ଯୋଗଦେଇଥିଲେ । କ୍ରୀଡାର ଉପଯୋଗୀତା, ଶାରୀରିକ, ମାନସିକ ଓ ଭାଇଚାରlର ସମ୍ପର୍କ ରେ କ୍ରୀଡାର ଗୁରୁତ୍ୱ ଉପରେ ନିଜ ନିଜର ମତ ରଖିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ସନ୍ତୋଷ ଜେନା ସଂଯୋଜନା କରିଥିଲେ l ଏଥିରେ ୩୦ ଟି ବିଦ୍ୟାଳୟ ର ୨୫୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ l ସମସ୍ତ କ୍ରୀଡାକୁ କ୍ରୀଡ଼ାଶିକ୍ଷକ ପ୍ରବୀଣ କୁମାର ଖାଡ଼ଙ୍ଗା, ଧନଞ୍ଜୟ ଦଳବେହେରା, ଜ୍ୟୋତ୍ସ୍ନାରାଣୀ ସାହୁ, ଯାଜ୍ଞଶିନୀ ନାୟକ, ସ୍ୱପ୍ନେଶ୍ଵରୀ ଡିଗାଲ, ଶରତ ଚନ୍ଦ୍ର ବେହେରା, ସଚିତ୍ର କୁମାର ନାୟକ, ପ୍ରଦୀପ ଦଳେଇ, ଆଲୋକ ସ୍ୱାଇଁ, ଆଶିଷ କିସକୁ, ରୀନା ବିଶ୍ୱାଳ, ପ୍ରଦୀପ କୁମାର ନାୟକ, ଦିବ୍ୟଜ୍ୟୋତି ପ୍ରଧାନ, ଦୁର୍ଯ୍ୟୋଧନ ନାୟକ, ଦୁର୍ଗା ପ୍ରସାଦ ଦାଶ, ସୁବ୍ରତ କୁମାର, ଆନନ୍ଦ ରାଓ, ମୋଚିରାମ ରଣସିଂହ,  ରମେଶ ରାଓ, ପ୍ରଶାନ୍ତ କୁମାର ଦାଶ ଖେଳ ପରିଚାଳନା କରିଥିଲେ l ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ର, ଛାତ୍ରୀ ସହଯୋଗ କରିଥିଲେ l ଦୁଇ ଦିନ ଧରି ଚାଲିବାକୁ ଯାଉଥିବା କ୍ରୀଡା ପ୍ରତିଯୋଗୀତା ର ଆସନ୍ତା କାଲି ଉଦଯାପନୀ ଦିବସରେ ସ୍ଥାନୀୟ ତହସିଲଦାର ଅଚ୍ୟୁତାନନ୍ଦ ଯାନୀ ଓ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଧନଞ୍ଜୟ  ଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସନ୍ତୋଷ ଜେନା  ସୁଚନା ଦେଇଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୯/୨୦୨୩---- ୮,୩୫ Sakhigopal News 15/9/2023

Blog Archive

Popular Posts