Breaking News

ବିଡିପୁରୁ ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ଗଣେଷ ପୂଜା


 
ଭଞ୍ଜନଗର--- ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ବି.ଡିପୁର ଗ୍ରାମପଞ୍ଚାୟତ ର ବିଜୁ କଲ୍ୟାଣ ମଣ୍ଡପ  ବିଘ୍ନବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କୁ ପୂଜା ପାଳିତ ହୋଇଯାଇଛି। ପୂଜାରେ  କର୍ତ୍ତା ଭାବେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀ ବିପ୍ର ଚରଣ ବାରିକ ଏବଂ ତାଙ୍କ ଧର୍ମପତ୍ନୀ ତଥା ବି.ଡିପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ଗୀତାରାଣୀ ବାରିକ ଯୋଗଦେଇ ଥିଲେ। ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ,ଅମିର କୁମାର ସ୍ୱାଇଁ,ହୃଷିକେଶ ବାରିକ,ଗଙ୍ଗାଧର ସେଠୀ,ରମେଶ ପୋଲାଈ,ଦିଲ୍ଲୀପ କୁମାର ସେଠୀ,ଶିବରାମ ପ୍ରଧାନ , ରଞ୍ଜନ ଡାକୁଆ, ସଚିତନାଦ ପ୍ରଧାନକୃଷ୍ଣ ଚନ୍ଦ୍ର ସେଠୀ  , ପ୍ରଭାତ କୁମାର ବାରିକ ,ଧୀରେନ୍ଦ୍ର ବାରିକ, ଜ୍ୟୋତି ରଞ୍ଜନ ପରିଡ଼ା, ସାଗର ଗୌଡ଼, ଜୟସେନ ଗୌଡ଼, ରାଜକିଶୋର ଜେନା, ବିନୋଦ ବିଷୋୟୀ, ଦେବାଶିଷ ଗୌଡ଼,ଜିତେନ୍ଦ୍ର ରଥ,ମହେଶ ପ୍ରସାଦ ରଥ,କୃଷ୍ଣ ଚନ୍ଦ୍ର ରଥ,ମଧୁସୂଦନ କର,ଚକ୍ରଧର ପାଣିଗ୍ରାହୀ,କହ୍ନୁ ଚାରଣ ପରିଛା, ଧବଳେଶ୍ୱର ସ୍ୱାଇଁ ଏଥି ସହିତ ସ୍ଥାନୀୟ ଅଂଚଳ ବହୁ ଛାତ୍ର, ଛାତ୍ରୀ, ସର୍ବପରି ଏହି ଅଧିବାସୀ ବୃନ୍ଦ,ବହୁ ବୁଦ୍ଧିଜୀବୀ, ଯୁବଗୋଷ୍ଠି ଉପସ୍ଥିତ ରହି ବିଘ୍ନବିନାଶକ ଙ୍କ ଆର୍ଶୀବାଦ ଲାଭ କରିଥିଲେ ।  ସାଂସଦ ଙ୍କ ପ୍ରତିନିଧି ଶ୍ରୀ ବାରିକ ଏହି ଭବ୍ୟ କାର୍ଯ୍ୟକ୍ରମ ରେ ଗଜାନନ ପ୍ରଭୁ ଶ୍ରୀ ଗଣେଶ ସମସ୍ତ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାରୂପୀ ଅମୂଲ୍ୟ ଉପହାର ପ୍ରଦାନ,ସମସ୍ତ ଙ୍କ କାର୍ଯ୍ୟସିଦ୍ଧି, ଅର୍ଥପ୍ରାପ୍ତି, ସୁତ-ସୌଭାଗ୍ୟ-ସଂପଦ ଲାଭ କରିବା ସହ ସମସ୍ତ ବିଘ୍ନ ହରଣ କରି ଭୂ-ମଣ୍ଡଳକୁ ମଙ୍ଗଳ ଆଭାରେ ଆଲୋକିତ କରନ୍ତୁ ବୋଲି ପ୍ରଭୁ ଶ୍ରୀ ଗଜାନନ ନିକଟରେ ପ୍ରାର୍ଥନା କରିଥିଲେ । ତୋରଣ ସାଙ୍ଗକୁ ଆଖି ଝଲସା ମେଢ଼ ସାଜସଜ୍ଜା ଏବଂ  ମଣ୍ଡପ ପୂଜା ଚତୃପାର୍ଶ୍ୱ ଆଲୋକି କରଣ ହୋଇଉଠିଛି  ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୯/୨୦୨୩-----୭,୪୫ Sakhigopal News,20/9/2023

Blog Archive

Popular Posts