ଏନ୍ ଏ ସି ପରିସରରେ ୮୦ତମ ଭଞ୍ଜ ସଂଗୀତ ଓ ଭଜନ ଆସର
ଭଞ୍ଜନଗର, - ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଓ ଭୁବନେଶ୍ବର ସଂସ୍କୃତି ବିକାଶ ସଂସଦ ସହାୟତା ରେ ସ୍ଥାନୀୟ ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ୮୦ତମ ମାସିକ ଭଞ୍ଜ ସଂଗୀତ ଆସର ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଆୟୋଜିତ ହୋଇଯାଇଛି। ଏହାକୁ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୈାରବ କର ଉଦଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ପ୍ରଶାନ୍ତ ମହାନ୍ତି ଏଭଳି ମାସିକ ଭଞ୍ଜ ସଂଗୀତ ଆସର ଆୟୋଜନ କରି ଅନୁଷ୍ଠାନ ଘୁମୁସର ଅଞ୍ଚଳ ସହ ସାରା ରାଜ୍ୟରେ ଭଞ୍ଜ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡିଥିବା ଉଲ୍ଲେଖ କରିଥିଲେ।
ଏନ୍ ଏ ସି ପରିସରରେ ଦେବ ଶ୍ଳିଳ୍ପୀ ବିଶ୍ଵକର୍ମାଙ୍କ ପ୍ରଥମଥର ପାଇଁ ପୂଜାର୍ଚ୍ଚନା କରାଯାଇଥିଲା । ସନ୍ଧ୍ୟା ରେ ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଶିଳ୍ପୀ ଚିନ୍ମୟୀ ଗୈାଡ, ପ୍ରଭାସିନୀ ସାହୁ, ନିଶାରାଣୀ ଗୈାଡ, ଶୁଭ ସ୍ମିତା ପ୍ରଧାନ, ଗ୍ଳୋରିଆ ରଣସିଂହ ପ୍ରମୁଖ ଭଞ୍ଜ ସଂଗୀତ ଗାନ କରିଥିଲେ। ଗୁରୁଶ୍ରୀ ଅଶୋକ ମହାପାତ୍ର ପ୍ରାରମ୍ଭରେ ଏକ କ୍ଷୁଦ୍ର ଅନୁଷ୍ଠାନ କିଭଳି ଭଞ୍ଜ ସଂଗୀତ ର ବହୁଳ ପ୍ରଚାର ପ୍ରସାର ପାଇଁ ତାର ଉଦ୍ୟମ ଜାରୀ ରହିଛି । ମର୍ଦ୍ଦଳ ଓ ତବଲା ରେ ଦିବାକର ପ୍ରଧାନ, ଅଭିଷେକ ମହାପାତ୍ର ସଂଗତ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ କୃଷ୍ଣ ବିଶୋୟୀ, ଶିବରାମ ଜେନା, କାଉନସିଲର ଉପେନ୍ଦ୍ର ପ୍ରଧାନ, ସଚିତ୍ ପାତ୍ର ଓ ଉତ୍ତମ ବେହେରା । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ରଚନା ରୁ ଗୋଟିଏ ପରେ ଗୋଟିଏ ସୁମଧୁର ସଂଗୀତ ଭାସି ଆସିଥିଲା। ଯାହାକୁ ଉପସ୍ଥିତ ଦର୍ଶକ ମନଭରି ଉପଭୋଗ କରିଥିଲେ। ଶେଷରେ ଏନ୍ ଏ ସି ପକ୍ଷରୁ ଗୁରୁ ଅଶୋକ ମହାପାତ୍ର ଓ ତାଙ୍କ ଟିମ୍ କୁ ରାଧାକୃଷ୍ଣଙ୍କ ଯୁଗଳ ପଟ୍ଟଚିତ୍ର ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୯/୨୦୨୩----୯,୩୫ Sakhigopal News,18/9/2023