ଜମି ମାଫିଆଙ୍କ କବଜାରେ ଖେଳପଡିଆ
ଜଟଣୀ : ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମର ପଛ ପାର୍ଶ୍ୱରେ ୨୩ ନମ୍ବର ୱାର୍ଡ ଅଧୀନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଜମି ରେକର୍ଡ ଥିବା କେସିସି ନାମରେ ଏକ ଖେଳ ପଡିଆ ରହିଛି l ଯେଉଁ ପଡ଼ିଆରେ ଗାଁ ପିଲା ମାନେ ଦୀର୍ଘବର୍ଷ ଧରି ଖେଳାଖେଳି କରିବା ସହ ବହୁ ଗ୍ରାମବାସୀ ମାନେ ସକାଳେ ଓ ଅପରାହ୍ନରେ ଶାରୀରିକ ଫୁର୍ତ୍ତି ପାଇଁ ବୁଲାବୁଲି କରିଥାଆନ୍ତି l ତେବେ ପରିତାପର ବିଷୟ ଧୀରେ ଧୀରେ ମନ୍ଦିର ପ୍ରଶାସନର ଅବହେଳା ତଥା ଜମି ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ମହତାବନଗର ଅଞ୍ଚଳ ଓ ଗ୍ରାମ ଉତ୍ତର ପାର୍ଶ୍ୱ ପଟ ଗୋଚର ଟାଙ୍ଗୀ ଅଞ୍ଚଳରେ ବେଆଇନ୍ ଜମି ଅଧିଗ୍ରହଣ କରାଯାଇ ନୂତନ ବସତି ସ୍ଥାପନ ଯୋଗୁ ବହୁ ଗ୍ରାମବାସୀ ଚିନ୍ତା ପ୍ରକଟ କରିଛନ୍ତି l ସେହିପରି ଖେଳପଡିଆ ଅଞ୍ଚଳରେ ଥିବା ଛୋଟ ବୁଦା ଜଙ୍ଗଲରୁ ବେନିୟମ ଭାବେ ହେଉଛି ପଥର ଚାଲାଣ। ପ୍ରତ୍ୟେକ ଦିନ ଟ୍ରିପ ଟ୍ରିପ୍ ପଥର ମୋରମ ଚାଲାଣ କରାଯାଉଛି। ପ୍ରକାଶ ଥାଉକି ଏହି ଅଞ୍ଚଳରେ ବେଆଇନ୍ ଘର କରିବା ନିମନ୍ତେ ପଥର ହେଉଛି ଚାଲାଣ, ପଡୁନି ତହସିଲ ପ୍ରଶାସନର କି ମନ୍ଦିର ବିଭାଗଙ୍କ ନଜର । ମାଫିଆଙ୍କ ଲୋଲୁପ ଦୃଷ୍ଟିରେ ଅଞ୍ଚଳ ହେଲାଣି ପଦା, ପ୍ରକୃତ ପରିସ୍ଥିତି ଦେଖିଲେ ହୋସ ଉଡ଼ିଯିବ। କିନ୍ତୁ ଛଳନା ନିଦରେ ସ୍ଥାନୀୟ ପ୍ରଶାସନ ରହି ସବୁ ଜାଣିଶୁଣି ଅଛନ୍ତି ଚୁପ୍ । ଦିନକୁ ଦିନ କିଛି ରାଜନେତାଙ୍କ ଛତ୍ରଛାୟା ତଳେ ପଥର, ମୋରମ୍ ଚାଲାଣ ବୃଦ୍ଧି ହେବାକୁ ଲାଗିଛି । ଏହି ପରିପ୍ରେକ୍ଷୀରେ ଜଟଣୀ ମ୍ୟୁନିସିପାଲଟି ପକ୍ଷରୁ ମୁକ୍ତା ଯୋଜନାରେ ଏହି ପଡ଼ିଆରେ ଲକ୍ଷାଧିକ ଟଙ୍କା ବିନିମୟରେ ଉନ୍ନତି ଆଣିବା ପାଇଁ ଯୋଜନା ଚାଲୁଥିବା ବେଳେ ଏଥିରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କାରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ଦସ୍ତଖତ ସମ୍ବଳିତ ସ୍ମାରକ ପାତ୍ର ସ୍ଥାନୀୟ ତହସିଲ ଏବଂ ଶ୍ରୀମନ୍ଦିର ପ୍ରଶାସନଙ୍କୁ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଦାନ କରାଯାଇଛି l ସ୍ଥାନୀୟ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବା ପାଇଁ ଅନେଇ ବସିଛନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୯/୨୦୨୩----୯,୧୦ Sakhigopal News,14/9/2023
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୯/୨୦୨୩----୯,୧୦ Sakhigopal News,14/9/2023