>>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • ରାଜଧୀରାଜ ବେଶରେ ଦର୍ଶନ ଦେଉଛନ୍ତି ଗଜାନନ



    ଜଟଣୀ --ଓଡିଶା ପ୍ରସିଦ୍ଧ ଗଣେଶ ପୂଜା ଲାଗି ଜଟଣୀ ସହର ଚଳଚଞ୍ଚଳ ହୋଇପଡିଛି l ଏହି ପୂଜା ୧୧ ଦିନ ତଥା ପୂର୍ଣ୍ଣିମା ତିଥି ପର୍ଯ୍ୟନ୍ତ ଚାଲିବ l ଆଉ ଅଳ୍ପ ଦିନ ଥିବାରୁ ସନ୍ଧ୍ୟା ହେଲେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମୁଛି l ଜଟଣୀ ପ୍ରଶାସନ କିଛି ଅଘଟଣ ନ ଘଟେ ସେଥି ପ୍ରତି ସଜାଗ ଅଛି l ଏହି ପରିପ୍ରେକ୍ଷୀରେ ଜଟଣୀର ବ୍ୟବସାୟିକ ସୀତାରାମ ଛକରେ ଚଳିତ ବର୍ଷ ଗଣେଶ ପୂଜା ମହା ଆଡମ୍ବରରେ ପାଳିତ ହେଉଛି l ଏକ ନୂତନ ତଥା ଆଧ୍ୟାତ୍ମିକତା ଚିନ୍ତା ଧାରାରେ ଗଜ ମୁଖ ସିଂହାସନରେ ରାଜଧୀରାଜ ବେଶରେ ପୂଜା ପାଉଛନ୍ତି ଗଜାନନ l ପୂଜା ମଣ୍ଡପର ମୁଖଶାଳାକୁ ଦକ୍ଷିଣ ଭାରତର ସଂସ୍କୃତି ପରମ୍ପରାକୁ ନେଇ କେରଳର ପଦ୍ମନାଭ ସ୍ୱାମୀଙ୍କ ମନ୍ଦିର ମୁଖଶାଳା ରୂପେ ସଜ୍ଜାଯାଇଛି l ମୂଖଶାଳର ଉପର ଠିକ ମଝିରେ ଦକ୍ଷିଣ ଭାରତର ପ୍ରଭୁ ତିରୁପତି ନାମରେ ପରିଚିତ ବିଷ୍ଣୁଙ୍କ ଚିତ୍ତା ଲାଗି ମୁଖ ଶୋଭାପାଉଥିବା ବେଳେ ମୁଖଶାଳାର ଉଭୟ ପଟେ "ମା ପଦ୍ମାବତୀ 'ଏବଂ "ମା ଆଲାବଲ୍ଲୀ ମାଙ୍ଗାମ୍ମା ଶୋଭା ପାଉଛନ୍ତି l ନୂତନ ଭାବରେ ଏହି ପୂଜା ମଣ୍ଡପରେ ପ୍ରଭୁ ବିଷ୍ଣୁଙ୍କ କଳ୍କୀ ଅବତାରର ଦଶଟି ରୂପ ଯଥା -ମତ୍ସୟ, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, କୃଷ୍ଣ, ରାମ,ବୁଦ୍ଧ, କଳ୍କୀ ରୂପରେ ଶୋଭା ପାଉଛନ୍ତି l ଏହାକୁ ଦର୍ଶନ କରିବା ପାଇଁ ସନ୍ଧ୍ୟା ହେଲେ ପ୍ରବଳ ଭିଡ଼ ଜମେ l ଜଟଣୀର ବହୁ ପ୍ରତିକ୍ଷୀତ ଫ୍ଲାୟ ଓଭର ବ୍ରିଜ ନିର୍ମାଣ ପାଇଁ ଅନେକ ବ୍ୟବସାୟ ପ୍ରତିଷ୍ଠାନ ଉଛେଦ ହୋଇଛି l ତଥାପି ଗଜାନନଙ୍କ ପରମ୍ପରା ପୂଜାକୁ ବଞ୍ଚାଇ ରଖିଛନ୍ତି ଏହି ଅନୁଷ୍ଠାନ l ଏହି ପୂଜା ଦୀର୍ଘ ୭୫ ବର୍ଷ ଧରି ଚାଲିଆସୁଥିବା ବେଳେ ଆଗକୁ ଏହି ପୂଜା ବଳବତ୍ତର ରହିବ ବୋଲି ପୂଜା କମିଟିର ସଭାପତି ରମେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି l ସମ୍ପାଦକ ଗିରିଶ ଚନ୍ଦ୍ର ମହାରଣଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ପାରମ୍ପରିକ ରୀତିନୀତିରେ ଧୂମଧାମରେ ଗଜାନନଙ୍କ ପୂଜାର ଆୟୋଜନ କରାଯାଇଛି l ପ୍ରତ୍ୟକ ଦିନ ପ୍ରଭୁ ଗଜାନନଙ୍କ ପାଖରେ ଶୁଖୁଲି ଭୋଗ ଲାଗି ହୋଇ ଭକ୍ତଙ୍କ ମଧ୍ୟରେ ବଣ୍ଟାଯାଏ l ବିସର୍ଜନ ଦିନ ଏହି ଛକରେ ସହରର ସମସ୍ତ ଠାକୁର ଆସି ମେଳଣ ହୋଇ ଗୋଟିଏ ପରେ ଗୋଟିଏ ଠାକୁର ଭଷାଣି ପାଇଁ ଶୋଭାଯାତ୍ରାରେ ବାହାରିଥାନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୫/୯/୨୦୨୩----୮,୪୫ Sakhigopal News 25/9/2023

    Blog Archive

    Popular Posts