ମହା ଆନନ୍ଦରେ ପାଳିତ ହେଲା "ଗୁରୁଦିବସ
ଜଟଣୀ- ସ୍ଥାନୀୟ ବରପଦା ଗ୍ରାମଠାରେ ଅବସ୍ଥିତ "ମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପାଳିତ ହେଲା "ଗୁରୁଦିବସ' । ସେପ୍ଟେମ୍ବର ମାସ ୫ ତାରିଖକୁ ଗୁରୁ ଦିବସ ଭାବେ ପାଳନ କରାଯାଇଥାଏ l ଗୁରୁଦିବସଟି ଜଣେ ମହାନ ଶିକ୍ଷାବିତ ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ. ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜନ୍ମ ଦିବସ l ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଫୁଲ, ଚନ୍ଦନ, ଧୁପ ଦୀପ ଧରି ମହା ଆନନ୍ଦରେ ବିଦ୍ୟାଳୟରେ ଉପସ୍ଥିତ ରହି ପ୍ରଥମେ ପୂର୍ବତନ ରାଷ୍ଟ୍ରପତି ଡଃ. ରାଧାକ୍ରିଷ୍ଣନଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ପିନ୍ଧାଇ ଫୁଲ, ଚନ୍ଦନ, ଦୀପଧୂପ ଅର୍ପଣ କରିଥିଲେ l ଏହାପରେ ଛାତ୍ରଛାତ୍ରୀ ମାନେ ଗୁରୁଜୀ ଗୁରୁମା ମାନଙ୍କୁ ଭକ୍ତି ସହକାରେ ଫୁଲ, ଚନ୍ଦନ, ଦୀପଧୁପ ସହ ପୂଜା କରିଥିଲେ l ଗୁରୁଜୀ ଗୁରୁମା ମାନେ ଛାତ୍ରଛାତ୍ରୀ ମାନଙ୍କୁ ଡଃ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ମହାନ ବିଚାର, ଦର୍ଶନ ତଥା ପାଣ୍ଡିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l ପରେ ପରେ ଶିଶୁ ମାନେ ଗୁରୁଦିବସ ସମ୍ପର୍କରେ ଭାଷଣ ପ୍ରଦାନ କରିଥିଲେ l ଏହି ଭାଷଣ ପ୍ରଦାନରେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ସ୍ନେହାଶ୍ରୀ ଜେନା ଏବଂ ବିନାୟକ ପ୍ରଧାନ ଛାତ୍ର ଦ୍ବୟଙ୍କ ଭାଷଣରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଅମିଶା ପ୍ରଧାନ ଖୁସି ହୋଇ ପୁରସ୍କାର ପ୍ରଦାନ କରିଥିଲେ l ଏହାଫଳରେ ବିଦ୍ୟାଳୟରେ ଏକ ସୁସ୍ଥ ବାତାବରଣ ସୃଷ୍ଟି ହୋଇଥିଲା l ଗୁରୁମା ଲକି ଶାସମଲ, ରିତା ପ୍ରଧାନ, ପାୟଲ ବିଶ୍ୱାଳ, ସଜନୀ ମହାପାତ୍ର, ମାଳତୀ ବେହେରା, ଗୁରୁଜୀ ସୁଶାନ୍ତ କୁମାର ସୁବୁଦ୍ଧି ଏବଂ ରଙ୍ଗନାଥ ବେହେରା ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଆଶିଷ ପ୍ରଦାନ କରିଥଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୯/୨୦୨୩---୮,୫୫ Sakhigopal News,6/9/2023