Breaking News

ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ


କଟକ--- କଟକ ଜିଲ୍ଲା ବାଙ୍କୀ ଡମପଡା ବ୍ଲକ  କୁସୁପଙ୍ଗି ପଞ୍ଚାୟତ ର ଉଚ୍ଚବିଦ୍ୟାଳୟ ଠାରେ ଏକ ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି  | ଏହି ପ୍ରତିଯୋଗିତାରେ ତିନୋଟି ଖେଳ ଯଥା  ଫୁଟବଲ, ଖୋଖୋ, କବାଡି ରେ 22 ଗୋଟି ବିଦ୍ୟାଳୟର 180 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏବଂ ତନ୍ମଧ୍ୟରୁ ଜିଲ୍ଲା ସ୍ତରକୁ 65 ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି ।  ଏହି ପ୍ରତିଯୋଗିତା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବାଙ୍କୀ ର ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ କୁମାର ତ୍ରିପାଠୀ, ସଭାପତି ଭାବେ ଡମପଡା ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ନରେନ୍ଦ୍ର କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଆଶିଷ କୁମାର ସାହୁ, ବାଙ୍କୀ ନଗର ପାଳ ଶ୍ରୀମତୀ ମାଣିକ ସାହୁ , ଉପ ନଗରପାଳ ସନ୍ତୋଷ କୁମାର ରଣା, ବସନ୍ତ କୁମାର ବେଉରା, କୁସୁପଙ୍ଗି ସରପଞ୍ଚ ନରେଶ ଚନ୍ଦ୍ର ବେଉରା, କୁସୁପଙ୍ଗି ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ କାହ୍ନୁଚରଣ ସ୍ୱାଇଁ,  କାଉନସିଲର ସନାତନ ବେହେରା, ଡମପଡା ମଣ୍ଡଳ କ୍ରୀଡା ସମ୍ପାଦକ ରିତାଞ୍ଜଳୀ ସେଠି ଏବଂ ଅଜୟ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ | ଓ କୁସୁପଙ୍ଗି ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା | କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୨୩/୯/୨୦୨୩---୮,୪୫ Sakhigopal News,23/9/2023

Blog Archive

Popular Posts