Breaking News

୮୦ ଗ୍ରାମ ହିରୋଇନ୍ ଜବତ, ଯୁବକ ଗିରଫ


ପୁରୀ ---ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ନିମାପଡ଼ା ଥାନା ଅଧୀନ କୁଶଭଦ୍ରା ନଦୀ ବ୍ରିଜ ନିକଟରେ ଥିବା ତ୍ରିନାଥ ମନ୍ଦିର ସାମ୍ନାରେ ଚଢ଼ାଉ କରିଥିଲେ । ସେଠାରୁ କୈବଲ୍ୟ ମହାରଣା ବୟସ -୨୭ ବର୍ଷ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ । ତାଙ୍କ ନିକଟରୁ ୮୦ ଗ୍ରାମ ବ୍ରାଉନ ସୁଗାର (ହେରୋଇନ )ଜବତ କରାଯାଇଛି । ନିମାପଡା ଅବକାରୀ ଥାନା କେସ ନଂ :- 96/23-24 ରେ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କାରାଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୮,୦୦,୦୦୦ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି।ଏହି ଚଢ଼ାଉରେ ଅବକାରୀ ASI-ଶ୍ରୀ ଜିତେନ୍ଦ୍ର କୁମାର ବେହେରାଙ୍କ ସହିତ ତପନ କୁମାର ପ୍ରଧାନ ,ପ୍ରଦୀପ୍ତ କୁମାର ପଣ୍ଡା,ସ୍ୱାଗତିକା ଘେଡଇ, ଶରତ ଚନ୍ଦ୍ର ସାହୁ ପ୍ରମୁଖସାମିଲ ଥିଲେ। ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୯/୨୦୨୩---୮,୩୫ Sakhigopal News,22/9/2023

Blog Archive

Popular Posts