Breaking News

ବରପଦର ଅଛାଣ୍ଡପାଲି ଉଚ୍ଚ ବିଦ୍ୟାଳୟ ଠାରେ ଗଣିତ ଓ ବିଜ୍ଞାନ ପ୍ରଦର୍ଶିତ


 
ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ବରପଦର ଅଛାଣ୍ଡପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ବରପଦର ଠାରେ ପ୍ରଧାନ ଶିକ୍ଷକ ଯୋଗେଶ ଚନ୍ଦ୍ର ପଧାନଙ୍କ ଅଧ୍ୟକ୍ଷତା ରେ ଗଣିତ, ବିଜ୍ଞାନ, ମିଲେଟ୍ ଖାଦ୍ୟ ପ୍ରସ୍ତୁତି ତଥା ପୁରୁଣା ସାମଗ୍ରୀର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ,ବରଗଡ଼ ଛତ୍ରପତି ସାହୁ ପରିଦର୍ଶନରେ ଆସି ପ୍ରଦର୍ଶନୀକୁ ଅନୁଧ୍ୟାନକରି ପ୍ରଶଂସା କରିଥିଲେ l ବିଚାରକ ଭାବେ ଭେଡେନ ବ୍ଲକ ବିଜ୍ଞାନ ସଂଯୋଜକ ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ ,  ଆଗଲପୁର ର ଅଶୋକ କୁମାର ପଣ୍ଡା, ରେଶମ ର ବନ୍ଦନା ପାତ୍ର ଓ  ଚିଚିଣ୍ଡl  ର ସୀମା ମାଝୀ ଯୋଗ ଦେଇଥିଲେ l ବରପଦର ସି.ଆର.ସି.ସି କ୍ଷୀତେଶ୍ୱର ବେହେରା ଓ ପୂର୍ବତନ ଭେଡେନ ସି. ଆର.ସି.ସି ଅରୁଣ କୁମାର ଭୋଇ ପ୍ରଦର୍ଶନୀରେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେl ମୋଟ ୧୨୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପ୍ରଥମ ସ୍ଥାନ ଅର୍ଚ୍ଚନା ପ୍ରଧାନ, ଦ୍ବିତୀୟ ଭୂମିସୂତା ଡନସନା ଓ ତୃତୀୟ ତୁଷାର ପଧାନ ହାସଲ କରିଥିଲେ। ଶେଷରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକ ପ୍ରମାଣ ପତ୍ର ସହ  ପୁରସ୍କାର ବଣ୍ଟନ କରିଥିଲେ। l  ଶିକ୍ଷକ ଅମୃତଲାଲ୍ ସେଟ୍, ତାପସ କୁମାର୍ କର୍ମୀ, ରୀମlଧର ଭୁଏ, ସୁମିତ କୁମାର ମଲ୍ଲିକ, ଯବନିକା ପାଣିଗ୍ରାହୀ, ସୁଦାମ ଭୁଏ, ଉଦୟ ବାରିକ ଓ ଗୋପାଳ ଚଦ୍ର ପଣ୍ଡା ସହଯୋଗ କରିଥିଲେ ପରିଶେଷରେ ଶିକ୍ଷକ ଗୋବିନ୍ଦ ସେଠ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୯/୨୦୨୩----୬,୧୦ Sakhigopal News,28/9/2023

Blog Archive

Popular Posts