Breaking News

>>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • >>
  • ସୁନୀତା ଛାଡିଲେ ବିଜେଡି, କଂଗ୍ରେସର ହାତ ଧରିଲେ , ଘରକୁ ଫେରିବା ପରେ କର୍ମୀମାନେ ଖୁସି
  • >>
  • ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ
  • >>
  • ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
  • >>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • ନିଶିକାନ୍ତଙ୍କ ଏକାଦଶାହରେ ରକ୍ତଦାନ ଶିବିର ଅନୁଷ୍ଠିତ ; ୨୫ୟୁନିଟ ରକ୍ତ ସଂଗ୍ରହ

     


    ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ କାଞ୍ଜିଆ ଗ୍ରାମର ଯୁବ ସମାଜସେବୀ ତଥା ରକ୍ତଦାତା ନିଶିକାନ୍ତ ପ୍ରଧାନଙ୍କର ଏକ ସଡକ ଦୁର୍ଘଟଣାରେ ଅକାଳ ମୃତ୍ୟୁ ହୋଇଯାଇଛି । ତାଙ୍କର ଏକାଦଶାହ ସ୍ମୃତି ଅବସରରେ କାଞ୍ଜିଆ କେଶରୀ ନଂସିହୋମ ପରିସରରେ କ୍ଳବ ସତ୍ୟବାଦୀ, ନିଶିକାନ୍ତ ସ୍ମୃତି ସଂସଦ, ଭାରତ ବିକାଶ ପରିଷଦ ଓ ସତ୍ୟବାଦୀ ସେବା ଟ୍ରଷ୍ଟର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ୨୫ଜଣ ଯୁବକ ଓ ଯୁବତୀ ମାନେ ରକ୍ତାଦାନ କରିଥିେଲେ । ଓଡିଶା ରକ୍ତ ଭଣ୍ଡାର ବି.ଏମ.ସି ଭୁବନେଶ୍ୱରର ଡ. କଲ୍ୟାଣି କୁମାରି ସରକାରଙ୍କ ସହିତ ସଂଘମିତା ସ୍ୱାଇଁ, ରୈପକ ପାତ୍ର, କୈବଲ୍ୟ ପ୍ରଧାନ ଓ ପ୍ରକାଶ ବରାଳ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ଳବ ସତ୍ୟବାଦୀର ସଭାପତି ନିହାର ରଞ୍ଜନ ସ୍ୱାଇଁ, ସମ୍ପାଦକ ଆଲୋକ ଖୁଣ୍ଠିଆ ଭାରତ ବିକାଶ ପରିଷଦର ରାଜ୍ୟ ସଭାପତି ସତ୍ୟବାଦୀ ଦାଶ, ସତ୍ୟବାଦୀ ଶାଖାର ସେକ୍ରେଟେରୀ ନବଘନ ଶତପଥୀ, ସମ୍ପାଦକ ବିଜୟ କୁମାର ପରିଡା ପ୍ରମୁଖ ଯୋଗ ଦେଇ  ନିଶିକାନ୍ତଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତି ଚାରଣ ସଭା ହେବା ସହ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ  ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପେନ୍ଦ୍ର ବିଶ୍ୱାଳ, ଜୟଶ୍ରୀ ମହାପାତ୍ର, ହାପି ରଥ, ଚିନ୍ମୟ ରଥ, ରିତା ତ୍ରିପାଠୀ ପ୍ରମୁଖ ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସତ୍ୟବାଦୀ ସେବା ଟ୍ରଷ୍ଟର ସମ୍ପାଦକ ତଥା ଆଇନଜୀବୀ ସୁଶାନ୍ତ କୁମାର ରଥ ରକ୍ତାଦନ ଶିବିରକୁ ପରିଚାଳନା କରିଥିଲେ ।

    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୯/୨୦୨୩----୭,୧୦    Sakhigopal News , 20/9/2023

    Blog Archive

    Popular Posts