Breaking News

ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ମୁଖ୍ୟ ପ୍ରବକ୍ତା ଦାଇତ୍ୱ ଗ୍ରହଣ କଲେ ସୁନୀଲ କୁମାର ରାଉତରାୟ

 

ଜଟଣି --ସୁନୀଲ କୁମାର ରାଉତରାୟ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଅଞ୍ଚଳର ବରିଷ୍ଠ ସଙ୍ଘଠକ ରୂପେ ପରିଚିତ l ପ୍ରଥେମେ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ସମ୍ପାଦକ, ଉପସଭାପତି ଓ ତା'ପରେ ରାଜଧାନୀ ଆଇନ ମହାବିଦ୍ୟାଳୟର ସଭାପତି ରୂପେ ନିର୍ବାଚିତ ହୋଇଥିଲେ ।  ରାଜ୍ୟ ରାଜନୀତିରେ ଭାଗ ନେଇ କୁସୁମାଟି ଛଣଘର ପଞ୍ଚାୟତରେ ପ୍ରଥମେ ସମିତି ସଭ୍ୟ ଓ ପରେ ସରପଞ୍ଚ ହୋଇପାରିଥିଲେ l ଜଟଣୀ ବ୍ଲକ ଓ ଜଟଣୀ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଆଶ୍ରିବାଦରେ କଂଗ୍ରେସ ଦଳ ପାଇଁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରି ଜନମାନସରେ ବହୁ ଆଦୃତ ହୋଇପାରିଛନ୍ତି l ଆଜି ତାଙ୍କୁ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ସଂଯୋଜଗ ଓ ଜିଲ୍ଲା କଂଗ୍ରେସର ମୁଖ୍ୟ ପ୍ରବକ୍ତା ଦାଇତ୍ୱ ଦିଆଯାଇଥିବାରୁ ସାରା ଜଟଣୀ ନିର୍ବାଚନ ମଣ୍ଡଳୀରୁ ଶୁଭେଚ୍ଛା ର ବାର୍ତ୍ତା ଛୁଟି ଆସୁଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୨/୯/୨୦୨୩---୯,୧୦ Sakhigopal News,22/9/2023

Blog Archive

Popular Posts