ପୋଲିସ କୁ ଦୁର୍ବ୍ୟବହାର ସହ ଧମକ ଦେଇ ଜଣେ ପେଶାଦାର ଅପରାଧୀଙ୍କ ସହ ୩ ଗିରଫ
ଜଟଣୀ -- ଜଟଣୀ କୋର୍ଟ ପରିସରରେ ଜଣେ କନେଷ୍ଟବଳଙ୍କ କଲର ଧରି ଗାଳିଗୁଲଜ କରିବା ଏବଂ ଧମକ ଚମକ ଦେବା ଘଟଣାରେ ୩ ଅପରାଧୀ ଗିରଫ ହୋଇଥିବା ଜଣାପଡିଛି । ଅଭିଯୁକ୍ତ ୩ ଜଣଙ୍କ ମଧ୍ୟରୁ ଜଣେ ପେଶାଦାର ଅପରାଧୀ ଥିବା ବେଳେ ତା ନାମରେ ଭୁବନେଶ୍ୱରର ବିଭିନ୍ନ ଥାନାରେ 16ଟି ମାମଲା ରହିଥିବା ଜଣାପଡିଛି | ପୋଲିସ ସୂଚନା ମୁତାବକ ଗତକାଲି ଇନ୍ଫୋଭ୍ୟାଲି ଥାନାର ଏକ ମାମଲାରେ ଏକାଧିକ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଉଥିଲା |ଜଣେ କନେଷ୍ଟବଳ ଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ମାନେ ଅଭିଯୁକ୍ତ ମାନଙ୍କୁ ନେଇ ଯାଉଥିବା ବେଳେ କୋର୍ଟ ପରିସରରେ ଅଭିଯୁକ୍ତ ଅପରାଧୀ ମାନସ ଦଳେଇ ଏବଂ ଅନ୍ୟ ସହଯୋଗୀ ମାନେ କନେଷ୍ଟବଳଙ୍କ କଲର ଧରି ଆଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରି ଧମକ ଚମକ ଦେଇଥିଲେ |ଏହାକୁ ନେଇ ଜଟଣୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ କେଶ ନମ୍ବର 338 ରେ ମାମଲା ରୁଜୁ କରି ମାନସ ଦଳେଇ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ | ଅନ୍ୟ ୨ ଅଭିଯୁକ୍ତ ହେଲେ ଜଟଣୀ ଥାନା ଅଧୀନ ଉପରବସ୍ତ ଗ୍ରାମ ର ସଂଜୀବ ବାଗସିଂ ଓ ସତ୍ୟବାନ ବାଗସିଂ |ତେବେ ଅଭିଯୁକ୍ତ ମାନସ ଦଳେଇ ନାମରେ ପୂର୍ବରୁ ଭୁବନେଶ୍ୱର ର ବିଭିନ୍ନ ଥାନାରେ 16 ଟି ମାମଲା ରହିଥିବା ଜଣାପଡିବା ପରେ ସେ ଜଣେ ପେସାଦାର ଅପରାଧୀ ଥିବା ପୋଲିସ ସୂଚନା ଦେଇଛି |ଅଭିଯୁକ୍ତ ମାନସ ନାମରେ ସିଆରପିସି -110 ଧାରା ଅନୁଯାୟୀ କେଶ କରାଯାଇଥିବା ଜଣାପଡିଛି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୯/୨୦୨୩---୯,୨୫ Sakhigopal News,13/9/2023