Breaking News

ଘୁମୁସର କଲମଣ୍ଡଳ ଅନୁଷ୍ଠାନର ଜାଗୃତି ନାଟକ ଉତ୍ସବ ଅନୁଷ୍ଠିତ



ଭଞ୍ଜନଗର--ଗଞ୍ଜାମ ଜିଲ୍ଲା ଗୋବରା ବିଶ୍ୱଭାରତୀ ପରିସରରେ ଘୁମୁସର କଲମଣ୍ଡଳ ଅନୁଷ୍ଠାନର ଜାଗୃତି ନାଟକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ  ଅତିଥିଭାବେ ଶ୍ରୀମତୀ ସୁପ୍ରଭା ନାୟକ ସରପଞ୍ଚ ବିଭୁ ପ୍ରସାଦ ଜେନା, ସମିତିସଭ୍ୟ ସମଜସେବୀ ଶ୍ରୀକୁଞ୍ଜ ବିହାରୀ ନାୟକ ପ୍ରମୁଖ ପ୍ରଦୀପ ଲଗାଇ ଉତ୍ସବଟିକୁ ଉଦଘାଟନ କରିଥିଲେ। ଅନୁଷ୍ଠାନ ର କର୍ମକର୍ତ୍ତା ଶିବଶଙ୍କର ତ୍ରିପାଠୀ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ନାଟ୍ୟକାର ପ୍ରଫୁଲ ବେହେରା,, ଆଦିକନ୍ଦ ଗୌଡ଼, ଏବଂ ପିତାମ୍ବର ପରିଡା ନିଜର ନାଟ୍ୟ ଅନୁଭୂତି ବଖାଣି ଥିଲେ।ଏହି ନାଟ୍ୟ ଉତ୍ସବ ରେ ଚାରି ଗୋଟି ନାଟକ ପରିବେଷଣ ହୋଇଥିଲା ।  ପ୍ରଫୁଲ ବେହେରଙ୍କ  ନାଟକ ଶରଶଯ୍ୟା ଆଦିକନ୍ଦ ଗୌଡ଼ ଙ୍କ,, ମୋ ବୋଉ ମିଛ କହିଥିଲେ, ପିତାମ୍ବର ପରିଡ଼ାଙ୍କ,, ଫିଲ୍ମ ଏବଂ ପ୍ରଶାନ୍ତ ବିଷୋୟୀଙ୍କ ବୁଢ଼ା ଶଙ୍ଖାରି ଆଦି ପରିବେଷଣ ହୋଇଥିଲା। ମଞ୍ଚ ସଜା ଶ୍ରୀ ନାରାୟଣ ମହାରଣା କରିଥିଲା ବେଳେ ପରିଚାଳନା ରେ ଅଶୋକ ମହାପାତ୍ର ସହଯୋଗ କରିଥିଲେ। ଏହିଭଳି ଉଦ୍ୟମକୁ ଅତିଥି ମାନେ ଭୁୟସୀ ପ୍ରଶଂସା କରିଥିଲେ । ମଞ୍ଚ ନାଟକ ର ବ୍ୟାପକ ପ୍ରଚାର ପ୍ରସାର ତଥା ନୂଆ ପିଢ଼ିର ପ୍ରତିଭା ମାନଙ୍କୁ ସୁଯୋଗ ଏବଂ ଉତ୍ସାହିତ କରିବାର ଅଭିନଵ ପ୍ରୟାସ ବୋଲି ମୁଖ୍ୟ ବକ୍ତା କହିଥିଲେ। ଅନେକ ଛାତ୍ର, ଛାତ୍ରୀ ଏବଂ ବହୁ ଦର୍ଶକ ଉତ୍ସବକୁ ଉପଭୋଗ କରିଥିଲେ। ବିଶ୍ୱ ଭାରତୀ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରି ଉତ୍ସବର ସଫଳତା ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଶେଷରେ ଆଦିକନ୍ଦ ଗୌଡ଼ ଧନ୍ୟବାଦ ଉପସ୍ଥାପନା କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୯/୨୦୨୩----୭,୪୫ Sakhigopal News,21/9/2023

Blog Archive

Popular Posts