Breaking News

ଏସ.ୟୁ,ସି. ଆଇ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ୧୪ ଦଫା ଦାବି ନେଇ ସତ୍ୟବାଦୀ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା



ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ କାର୍ଯ୍ୟାଳୟ ଆଗରେ ଏସ.ୟୁ.ସି.ଆଇ ( କମ୍ୟୁନିଷ୍ଟ) ପାର୍ଟି ରାଜ୍ୟ କମିଟି ପକ୍ଷରୁ  ସତ୍ୟବାଦୀ ବ୍ଳକ କାର୍ଯ୍ୟାଳୟ ଆଗରେ ୧୪ ଦଫା ଦାବି ନେଇ ପ୍ରତିବାଦ ସଭା ସହିତ ବିକ୍ଷୋଭ କରାଯାଇଥିଲା । ଏହି ପ୍ରତିବାଦ ସଭାର ଏସ.ୟୁ. ସି. ଆଇ କମ୍ୟୁନିଷ୍ଟର ସତ୍ୟବାଦୀ ଆଞ୍ଚଳିକ କମିଟିର ସଭ୍ୟ କମ୍ରେଡ ଶ୍ରାମସୁନ୍ଦର ମହାପାତ୍ର ନେତ୍ୱତୃ ନେଇଥିଲେ । ଏହି ସଭାରେ ମୁଖ୍ୟବକ୍ତା ଭାବେ ପୁରୀ ଜିଲ୍ଲା କମିଟିର ସମ୍ପାଦକ କମ୍ରେଡ ସୁବାସ ବରାଳ ଯୋଗ ଦେଇ ବିଜେପି ସରକାର କିପରି ଚାଷୀ ମାରଣ ନୀତି ଆପଣେଇଛନ୍ତି ସହିତ ଲୋକମାନଙ୍କୁ ଭୂଆଁ ବୁଲାଉଛନ୍ତି ସେ ସମ୍ପର୍କରେ ମତ ରଖିଥଳେ । ସେହିପରି ବିଜେଡି ସରକାରଙ୍କ ଜନବିରୋଧୀ ନିତି ସମ୍ପର୍କରେ କହିଥିଲେ ।  ଦାବୀ ମଧ୍ୟରେ କୃଷି ଶ୍ରମିକ ମାନଙ୍କୁ ପରିଚୟ ପ୍ରଦାନ ସହିତ ସହାୟତା ରାଶି ପ୍ରଦାନ, ଭତ୍ତା ପ୍ରତିମାସରେ ୫ହଜାର ଟଙ୍କାକୁ ବୃଦ୍ଧି, ଅଘୋଷିତ ବିଦ୍ୟୁତ କାଟ, ୨ଶହ ୟୁନିଟ ପର୍ଯ୍ୟନ୍ତ ଶୁକ୍ଳ ଛାଡ, ପୁରୁଷାନୁକ୍ରମେ ଭୋଗ ଦଖଳ କରି ଆସୁଥିବା ଜମିକୁ ପଟ୍ଟା ପ୍ରଦାନ, ସାକ୍ଷୀଗୋପାଳ ବଜାର ରାସ୍ତାରୁ ବଷୟା ଜଳ ନିଷ୍କାସନର ସୁବନ୍ଦେବସ୍ଥ.ପ୍ରତି ଗ୍ରାମକୁ ପାଇପି ଯୋଗେ ପାନୀୟ ଜଳ ଯୋଗାଣ, ସତ୍ୟବାଦୀରେ ସରକାରଙ୍କ ପକ୍ଷରୁ ଶୀତଳ ଭଣ୍ଡାର ନିର୍ବାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୋକଙ୍କୁ ଘର ଯୋଗାଣ, ମୋ ବସ ଚଳାଚଳ, ଧାନ କୁଇଣ୍ଟାଲ ୩ହଜାର ଟଙ୍କାରେ କିଣିବା ପାଇଁ ଦାବୀ ମଧ୍ୟରେ ରହିଛି ।  ସତ୍ୟବାଦୀ ଆଞ୍ଚଳିକ କମିଟି ର ସମ୍ପାଦକ କମ୍ରେଡ ସୁବାସ ବେହେରା, କ୍ରମେଡ ହାଡିବନ୍ଧୁ ବେହେରା, କମ୍ରେଡ ପଦ୍ମନାଭ ଭୋଇକମ୍ରେଡ ବାସୁଦେବ ସେଠୀଙ୍କ ସହିତ ରାଜୁ ସିଂ , ଟିକିନା ଭୋଇ, ମାଳତି ଭୋଇ ଓ ଗିତାଞ୍ଜଳି ଭୋଇ ପ୍ରମୁଖଙ୍କ ଉପସ୍ଥିତିରେ ବିଡିଓଙ୍କ ଅନୁପସ୍ଥିତିରେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସଲିଲ ଦାଶ ବିକ୍ଷୋଭ କାରୀଙ୍କ ଠାରୁ ଦାବୀ ପତ୍ର ପ୍ରହଣ କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ସଦଳବଳେ ସେଠାରେ ଉପସ୍ଥିତି  ରହିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୯/୨୦୨୩----୭,୧୦      Sakhigopal News, 27/9/2023

Blog Archive

Popular Posts