Breaking News

ଅଣ ଆୟତ୍ତ ଟ୍ରାଫିକ ନିୟନ୍ତ୍ରଣ, ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା






ଜଟଣୀ -- ସହରର ଟ୍ରାଫିକ ସମସ୍ୟା ଅଣ ଆୟତ୍ତ ହେବାକୁ ବସିଲାଣି l ଏହି ସମସ୍ୟା ଆଜି କି କାଲିର ନୁହେଁ ଏହା ଦୀର୍ଘ ଦିନର ସମସ୍ୟା l ସହର ମୁଖ୍ୟ ରାସ୍ତା  ଖୁଦୁପୁର ଛକ ଠାରୁ ସୀତାରାମ ଛକ, କୁଦିଆରୀ ଦେଇ ପିପିଲିକୁ ସଂଯୋଗ କରୁଥିବା ଏବଂ ରେଲୱେ ଷ୍ଟେସନ କୁ ସଂଯୋଗ ରାସ୍ତା l ବିଶେଷ କରି ହରିଭାଇନା ଛକ ସକାଳ ୮ ଟା ଠାରୁ  ୧୧ ଘଟିକା ପର୍ଯ୍ୟନ୍ତ ଖଟିଖିଆ ଦିନ ମଜୁରିଆ ମାନେ ଅଧିକ ଟ୍ରାଫିକ ସମସ୍ୟା ସୃଷ୍ଟି କରିଥାନ୍ତି l ଛକରେ ଟ୍ରାଫିକ ପୋଷ୍ଟ ଥାଇ ମଧ୍ୟ କୌଣସି କାର୍ଯ୍ୟରେ ଲାଗୁ ନାହିଁ l ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ସବ ରେଜେଷ୍ଟ୍ରି କାର୍ଯ୍ୟାଳୟ, ସାଫ୍ରନ ସ୍ପାଇସ ହୋଟେଲ, ସପିଙ୍ଗ ମଲ୍ଲ, ଟିଫିନ ହାଉସ, ମେଡିକାଲ ଷ୍ଟୋର, କମ୍ୟୁନିକେସନ, ବିଭିନ୍ନ ବ୍ୟାଙ୍କ,ଦୁଇ ଚକିଆ ଜାନ ସୋରୁମ,ମିଷ୍ଟାନ ଭଣ୍ଡାର ଏବଂ ଉଠା ଦୋକାନ ଗଢି ଉଠିଥିଲେ ମଧ୍ୟ କାହାର ପାର୍କିଙ୍ଗ ବ୍ୟବସ୍ଥା ନାହିଁ l ଗ୍ରାହକ ମାନେ ଆସିଲେ ରାସ୍ତାରେ ଗାଡିରଖି ଦୋକାନ ଏବଂ ବ୍ୟାଙ୍କ ଭିତରକୁ ଗଲେ l ଏପରି ଆସ୍ତେ ଆସ୍ତେ ଗାଡି ଭିଡ଼ ଜମି ରାସ୍ତା ଅବରୋଧ ହୋଇଥାଏ l ଯାହା ଫଳରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟିଥାଏ l ଆହୁରି ଦେଖିବାକୁ ଗଲେ ପ୍ରତ୍ୟକ ମାର୍କେଟରେ ଟ୍ରାଫିକ ସମସ୍ୟା ଆହୁରି  ଜଟିଳ l ନୀଳଚକ୍ର ମାର୍କେଟ ଠାରୁ ଆରମ୍ଭ କରି ରାଜାବଜାର, ସୀତାରାମ ଛକ, ଗୋଲେଇ ମାର୍କେଟ କଥା ନ କହିଲେ ଭଲ l ଏହି ମାର୍କେଟର ଦୋକାନୀ ଭାଇ ମାନେ ନିଜ ନିଜର ଦୋକାନ ବଢାଇବା ଉଦ୍ଦେଶ୍ୟରେ ଧୀରେ ଧୀରେ ରାସ୍ତାକୁ ଅବରୋଧ କରି ରାସ୍ତାର ଚଉଡା କମେଇ ସାରିଲେଣି l ଯାହା ଫଳରେ ଗ୍ରାହକ ଦରକାର ଦୋକାନଙ୍କୁ ଆସିଲେ ପାର୍କିଙ୍ଗ ବ୍ୟବସ୍ଥା ନ ଥିବାରୁ ରାସ୍ତା ଉପରେ ଗାଡି ରଖି ଦୋକାନ ଭିତରକୁ ଯିବା ଫଳରେ ଧୀରେ ଧୀରେ ଟ୍ରାଫିକ ସମସ୍ୟା ଦେଖାଦିଏ l ସର୍ବସାଧାରଣ ଚାଲିକରି ଯିବା ଆସିବା କରିବା ମଧ୍ୟ କଷ୍ଟକର ହୋଇଥାଏ l ସଂଧ୍ୟା ହେଲେ ବଜାରରେ ଅତ୍ୟଧିକ ଭିଡ଼ ହୋଇଥାଏ ଫଳରେ ଯିବା ଆସିଵା କରିବା ଅଣନିଶ୍ୱାସ ଲାଗେ ଏହି ସବୁ ଘଟଣା ସ୍ଥାନୀୟ ପ୍ରଶାସନ ଜାଣି ମଧ୍ୟ ଚୁପ l ଏ ବାବଦରେ ସାଧାରଣ ଲୋକ ମଧ୍ୟ  ସଚେତନ ନାହାନ୍ତି l ଯିଏ ଯାହା ସ୍ୱାର୍ଥରେ l ଦୁଇ ଦିନ ପରେ ସହରରେ ଓଡିଶା ପ୍ରସିଦ୍ଧ ଗଣେଶ ପୂଜା l ସହରର ପ୍ରତ୍ୟକ ଛକ, ବଜାର ମାନଙ୍କରେ ଅନେକ ଚାଟ, ଫାଷ୍ଟଫୁଡ, ଖେଳନା ଦୋକାନ, ମୋନହରୀ ଦୋକାନ ଗଢି ଉଠିବ l ହଜାର ହଜାର ଲୋକଙ୍କ ସମାଗମରେ ଆହୁରି ଅଧିକ ଟ୍ରାଫିକ ସମସ୍ୟା ଦେଖାଯିବାର ସମ୍ଭାବନା ଅଛି l ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷପ ଗ୍ରହଣ କରାଯାଇନାହିଁ l ସହରରେ ବୁଦ୍ଧିଜୀବୀଙ୍କ ମତରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯେଉଁ ଦିନ ପର୍ଯ୍ୟନ୍ତ ଅବରୋଧ କାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ରାସ୍ତା ଅବରୋଧ ନ ହଟେଇ ରାସ୍ତାର ସମ୍ପ୍ରସାରଣ କରାଯାଇ ନାହିଁ ସେପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଦୂର ପାରିବ ନାହିଁ l "ଚେଇଁ ଶୋଇ ଥିବ ଯିଏ ତାକୁ ଉଠାଇବ କିଏ ?। ଦେଖାଯାଉ ଆମ ପ୍ରଶାସନ ଏଥି ପ୍ରତି କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାର ଅଛି l ଆମ ଜନତାଙ୍କ କେବେ ଚେତା ଫେରୁଛି ତାହା ମଧ୍ୟ ଦେଖିବାର ଅଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୯/୨୦୨୩----୮,୫୫ Sakhigopal News,16/9/2023

Blog Archive

Popular Posts