Breaking News

ଖୋର୍ଦ୍ଧାରୋଡ଼ ମଣ୍ଡଳର ଦ୍ଵିତୀୟ ଫୁଟବଲ୍ ଗ୍ରାଉଣ୍ଡ୍ ଅବସ୍ଥା ଶୋଚନୀୟ , ସ୍ପୋର୍ଟ୍ସ ଅଧିକାରୀ କାହା ଅନୁମତିରେ ଖେଳ ପଡିଆ କରିଛନ୍ତି ନିଲାମ



ଜଟଣୀ :-----ରେଳ କର୍ମଚାରୀଙ୍କ ମଧ୍ୟରେ କ୍ରୀଡାକୁ ଉତ୍ସାହିତ କରିବା ପାଇଁ ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ୮୦୦୦ ବର୍ଗମିଟର ଅଞ୍ଚଳର ଏକ ନୂତନ ଫୁଟବଲ୍ ଗ୍ରାଉଣ୍ଡ ରହିଛି । ଏହି ପଡିଆଟି ଆରପିଏଫ୍ ବ୍ୟାରେକ୍ ନିକଟରେ ଲୋକୋ କଲୋନୀରେ ଗତ ଜୁଲାଇ ମାସରେ ଉଦଘାଟିତ ହୋଇଥିଲା । ଏହି ନୂତନ ଫୁଟବଲ ଗ୍ରାଉଣ୍ଡକୁ ତତ୍କାଳୀନ ଖୋର୍ଦ୍ଧାରୋଡ୍ ମଣ୍ଡଳର ରେଳ ପ୍ରବନ୍ଧକ ରିଙ୍କେଶ ରୟ ଏବଂ ପୂର୍ବତଟ ରେଳର ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ମହିଳା କଲ୍ୟାଣ ସଂଗଠନ ସଭାନେତ୍ରୀ ଶୁଭଲକ୍ଷ୍ମୀ ଜେନା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶୁଭ୍ରଜ୍ୟୋତି ମଣ୍ଡଳ, ହିମାଦ୍ରୀ ଭୂଷଣ ବିଶ୍ଵାଳ କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ ଏବଂ ଅନ୍ୟ ଶାଖା ଅଧିକାରୀଙ୍କ ଉପସ୍ଥିତିରେ ଉଦଘାଟନ କରାଯାଇଥିଲା । ଏପରିକି ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ ପକ୍ଷରୁ ଦ୍ଵିତୀୟ ଡି ଆର୍ ଏମ୍ କପ୍ ଆନ୍ତର୍ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଏହି ନୂତନ ଫୁଟବଲ ଗ୍ରାଉଣ୍ଡରେ ଖେଳାଯାଇଥିଲା l  ଉଦଘାଟନ ପରଠାରୁ ଏହି ପଡ଼ିଆର ଅବସ୍ଥା ଶୋଚନୀୟ ଆଡ଼କୁ ଯାଇଛି । ଏହି  ପଡ଼ିଆରେ ଦିନେ ଲକ୍ଷାଧିକ ଟଙ୍କା ବିନିମୟରେ ଶତାଧିକ ଟ୍ରିପ ମାଟି ପଡି ବର୍ଷାଋତୁରେ ଘାସ ଗାଲିଚା କରାଯାଇ ଚତୁଃପାର୍ଶ୍ଵରେ ଗଛ ଲଗାଇ ସବୁଜିମା ସୃଷ୍ଟି ହୋଇଥାନ୍ତା ତାହା ଏବେ କାଦୁଅପଙ୍କ, ଗାଇଗୋରୁଙ୍କ ଚରା ଭୂଇଁ ପାଲଟିଛି l ବର୍ତ୍ତମାନ ସେହି ଖେଳ ପଡିଆକୁ ସ୍ପୋର୍ଟ୍ସ ଅଫିସର ସହ ସ୍ପୋର୍ଟ୍ସ ସେକ୍ରେଟାରୀ ଙ୍କ ମଧୁ ଚନ୍ଦ୍ରିକାରେ ମିନା ବଜାର ପାଇଁ ନିଲାମ ଦେବା କେତେ ଦୂର ଯଥାର୍ଥ l ତାହା ରେଲୱେ କର୍ମଚାରୀ ଏବଂ ଖେଳାଳି ମାନେ ଚିନ୍ତା ପ୍ରକଟ କରିଛନ୍ତି l କେଉଁ ନିୟମରେ ଏବଂ କାହା ବାହୁ ଛାୟା ତଳେ ରହି ଏଭଳି କାର୍ଯ୍ୟ କରୁଛନ୍ତି ପ୍ରକାଶ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ l ଏଥିପ୍ରତି ପୂର୍ବତଟ ରେଲୱେ ଖୋର୍ଦ୍ଧାରୋଡ଼ ମଣ୍ଡଳର ଉଚ୍ଚପଦସ୍ଥ ଅଧିକାରୀମାନେ  ଦୃଷ୍ଟି ଦେଇ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଗଣ ମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ରେଲୱେର ପୂର୍ବତନ ଖେଳାଳି ମାନେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୯/୨୦୨୩----୮,୫୦ Sakhigopal News,15/9/2023

Blog Archive

Popular Posts