ସାକ୍ଷୀଗୋପାଳରେ ବିଭିନ୍ନ ସ୍ଥାନରେ ପୂଜା ପାଇଲେ ଗଜାନନ
ସାକ୍ଷୀଗୋପାଳ --- ସାକ୍ଷୀଗୋପାଳରେ ବିଭିନ୍ନ ସ୍ଥାନରେ ପୂଜା ପାଇଛନ୍ତି ଗଜାନନ । ଯାକଜମକରେ ବିଭିନ୍ନ ବିଦ୍ୟାଳୟ, କଲେଜ,ବେସରକାରୀ ଶିକ୍ଷାଅନୁଷ୍ଠାନ, କ୍ଳବ ଘର, ବ୍ୟବସାୟୀ ସଂଘ, ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟ, ବାସୁକେରା ଗ୍ରାମର କମାଣ୍ଡୋ କ୍ଳବ, ମାକ୍ଷେତ୍ରପାଳି ଗୋଟିପୁଅ ନୃତ୍ୟୁ ପରିଷଦ, ମାକ୍ଷେତ୍ରପାଳି ମୃଦଙ୍ଗ ବାଦ୍ୟ ନୃତ୍ୟୁ ପରିଷଦ , ବରାଳ ବାଲୁଙ୍କେଶ୍ୱର ଗଣେଶ ପୂଜା କମିଟି, ସାକ୍ଷୀଗୋପାଳ ଗଣେଶ ମଣ୍ଡପ, ବଡ ବଜାର, ସିଂହଦ୍ୱାର, ସାକ୍ଷୀଗୋପାଳ ମନ୍ଦିର ପରିସରରେ ଥିବା ଗଣେଶ ମନ୍ଦିର ସହିତ ବିଭିନ୍ନ ସାହି ମାନଙ୍କରେ ଯୁବକ ସଂଘ ମାନେ ଗଜାନନଙ୍କୁ ପୂଜା କରିଛନ୍ତି । ସକାଳୁ ସକାଳୁ ପିଲାମାନେ ନୂତନ ବସ୍ର ପରିଧାନ କରି ହାତରେ ଫୁଲ, ନଡିଆ, ରାଶିଲଡୁ, ଫଳମୂଳ ଧରି ପୂଜା ସ୍ଥଳରେ ପହଞ୍ଚିବା ସହିତ ପୁଷ୍ପାଞ୍ଜଳି ଦେଇଥିଲେ । ଅନେକ ବିଦ୍ୟାଳୟରେ ଭୋଜିଭାତର ଆୟୋଜନ କରାଯାଇଥିଲା । ସତ୍ୟବାଦୀ ହାଇସ୍କୁଲରେ ଜୟପୁର ସରପଞ୍ଚ ଆରଧାନା ସାମନ୍ତରାୟ ପୂଜାରେ ଯୋଗ ଦେଇ ପିଲା ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ସହିତ ଶିକ୍ଷକ,ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ଓ ଆନୁମିନି କମିଟିର ସଭାପତି ପ୍ରମୁଖ ଯୋଗଦେଇଥିବାର ଦେଖାଯାଇଥିଲା । ସେହିପରି ବଡବଜାର, ଗେଟବଜାର, ମାଛ ବଜାର ଆଦି ସ୍ଥାନ ମାନଙ୍କରେ ଅପରାହ୍ନରେ ଗଜାନନଙ୍କର ପୂଜା କରାଯାଇଥିଲା । ବିଶେଷ କରି ଯୁବକ ମାନଙ୍କ ମଧ୍ୟରେ ଗଣେଶ ପୂଜାକୁ ନେଇ ବେଶ ଆଗ୍ରହ ଥିବା ପରିପ୍ରକାଶ ପାଇଛି । ସେହିପରି ବାସୁକେରା କମାଣ୍ଡେ କ୍ଳବ ପକ୍ଷରୁ ବେଶ ଆକର୍ଷଣୀୟ ଗଣେଶ ମୂର୍ତ୍ତି ସହିତ ଶୋଲ , ଜରି, ଜମ୍ବୁରାରେ ପ୍ରସ୍ତୁତ କରାଯାଇଥିବା ମେଢ଼ ଓ ରଙ୍ଗ ବେରଙ୍ଗର ଆଲୋକମାଳରେ ଗଣେଶ ମଣ୍ଡପ ସଜାଯାଇଥବାର ଦେଖାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୯/୨୦୨୩---୭,୧୦ Sakhigopal News, 19/9/2023