ଘୁମୁସର ପୁରହିତ ସମିତି ପକ୍ଷରୁ ସମ୍ବର୍ଦ୍ଧିତ ଉତ୍ସବ
ଭଞ୍ଜନଗର----ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀ ଗୋପବନ୍ଧୁ ମହାପାତ୍ର ଙ୍କ ବାସଭବନ ଠାରେ ଘୁମୁସର ପୁରହିତ ସମିତି ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ଗୋପବନ୍ଧୁ ମହାପାତ୍ର ଓ ଜଗନ୍ନାଥ ପ୍ରସାଦ ବ୍ଲକ ପାଇଁ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ତଥା ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ବିପ୍ର ଚରଣ ବାରିକ ଉଭୟ ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ପ୍ରକାଶ ଥାଉକି ପୂର୍ବରୁ ଘୁମୁସର ବ୍ରାହ୍ମଣ ପୁରହିତ ସମିତିର ସମସ୍ତ ବ୍ରାହ୍ମଣ ଦେବତା ମାନଙ୍କ ତରଫରୁ ଭଞ୍ଜନଗର ସ୍ଥିତ ବାଞ୍ଛଶ୍ଵର ମନ୍ଦିର ଠାରେ ସମିତି ର ଚତୁର୍ଥ ବର୍ଷିକ ଉତ୍ସବ ର ଦାୟିତ୍ୱ ଉଭୟ ଦ୍ୱରା ସୁଚାରୁ ରୂପେ କାର୍ଯ୍ୟ ତୁଲାଇବା ସହ ଉଭୟଙ୍କ ର ଉଛର୍ଗିକୃତ୍ ସେବା ସାଙ୍ଗକୁ ସମାଜ ପାଇଁ ବିଭିନ୍ନ ଜନକଲ୍ୟାଣ କାରି କାର୍ଯ୍ୟ ହାତକୁ ନେଉଥିବା ଏବଂ ସେମାନଙ୍କ ର ଅଞ୍ଚଳ ପାଇଁ ଦୃଢ଼ ଆତ୍ମବିଶ୍ବାସ ସହ ନିଷ୍ଟା ପର ଭାବେ କାର୍ଯ୍ୟ କରିବା ସାଙ୍ଗକୁ, ବିଭିନ୍ନ ସମୟରେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁବନ୍ଧ ଭଳି କାର୍ଯ୍ୟ କରୁଥିବା ଯୋଗୁଁ ବ୍ରାହ୍ମଣ ପଣ୍ଡିତ ଙ୍କ ଦ୍ଵାରା ଉଚ୍ଚ ପ୍ରଶସ୍ନିତ ହୋଇଛନ୍ତି । ଉଭୟେ ବ୍ରାହ୍ମଣ ମାନଙ୍କ ଠାରୁ ଆର୍ଶୀବାଦ ଭିକ୍ଷା କରିବା ସଙ୍ଗେ ସଙ୍ଗେ ବ୍ରାହ୍ମଣ ମାନେ ସମାଜ ର ମଙ୍ଗଳ ଓ ହିତ ପାଇଁ ପୂଜା, ହୋମ, ଯଜ୍ଞ, ବୈଦିକ କର୍ମକାଣ୍ଡ ଆଦି ବିଭିନ୍ନ କାର୍ଯ୍ୟ କରୁଥିବା ଯୋଗୁଁ ସେମାନେ ଆମ୍ଭ ତଥା ସମାଜ ର ମଙ୍ଗଳ କାମନା ସହ ପୂଜ୍ୟ ଅଟନ୍ତି। ଆପଣଙ୍କ ମାନଙ୍କ ଆର୍ଶୀବାଦ ସର୍ବଦା ରହିଲେ ନିଶ୍ଚିତ ଭାବେ ଏ ଅଂଚଳ ର ବିକାଶ ସହିତ ଆମ୍ଭେ ମାନେ ଯୋଡି ହୋଇ ଆହୁରି ଅଧିକା ବିକାଶ କରିବା ପାଇଁ ସୁଯୋଗ ମିଳିବ ବୋଲି ଉଭୟେ କହିଛନ୍ତି । ଏହି କାର୍ଯ୍ୟକ୍ରମ ପରେ ପରେ ପୁଣି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଠାରେ ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଭବ୍ୟ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ରେ ଘୁମୁସର ପୁରହିତ ସମିତି ସଭାପତି ପଣ୍ଡିତ ଶ୍ରୀ କାଳୁଚରଣ ଶତପଥୀ, ଯୁବ କାର୍ଯ୍ୟକାରୀ ସଭାପତି ପଣ୍ଡିତ ଶ୍ରୀ ବୁଲୁ ମହାପାତ୍ର,ଭଞ୍ଜନଗର ଅଂଚଳ ସଭାପତି ପଣ୍ଡିତ ଶ୍ରୀ ଦିବାକର ଶତପଥୀ, ପ୍ରଭାରୀ ପଣ୍ଡିତ ଶ୍ରୀ ପ୍ରମୋଦ କୁମାର ଷଢଙ୍ଗୀ,ଅଂଚଳ ସଭାପତି ପଣ୍ଡିତ ଶ୍ରୀ ଅଲେଖ କୁମାର ଦାସ,ଘୁମୁସର ପୁରହିତ ସମିତି ସଚିବ ପଣ୍ଡିତ ଶ୍ରୀ ମୁ୍ତୃଞ୍ଜୟ ରଥଶର୍ମା, ସହ କାର୍ଯ୍ୟକାରୀ ପଣ୍ଡିତ ଶ୍ରୀ ସଞ୍ଜୟ କୁମାର ଶତପଥୀ, ଲୋକନାଥ ଆଚାର୍ଯ୍ୟ, ଉପଦେଷ୍ଟା ପଣ୍ଡିତ ଶ୍ରୀ ଲମ୍ବୋଦର ତ୍ରିପାଠୀ,ପଣ୍ଡିତ ଶ୍ରୀ ଜ୍ୟୋତି ପ୍ରକାଶ ମିଶ୍ର, ପଣ୍ଡିତ ଶ୍ରୀ ଦୁର୍ଗା ପ୍ରସାଦ ପତି ପରି ପଣ୍ଡିତ ମାନେ ଉପସ୍ଥିତି ଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୧୦/୨୦୨୩----୫,୧୦ Sakhigopal News,1/10/2023