Breaking News

ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ପରିସରରେ ଗୁରୁ ଦିବସ ପାଳିତ

 
କନ୍ଧମାଳ/ବାଲିଗୁଡା ---  ଗୁରୁ ଦିବସ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ବାଲିଗୁଡାରେ ମହା ସମାରୋହରେ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ କରକମଳରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ l ବିଭିନ୍ନ କୌତୁକ ବେଶରେ ଆସିଥିବା ଶିଶୁ ଭାଇ ଭଉଣୀଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା 15 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l କୃତ୍ତି ପ୍ରତିଯୋଗୀଙ୍କୁ ଅଧ୍ୟକ୍ଷଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଉକ୍ତ ଉତ୍ସବରେ ଅଭିଭାବକ ତଥା ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ଶେଷରେ ଶିକ୍ଷକ ଡେଭିଡ଼ ଡିଗାଳ ଧନ୍ୟବାଦ ଅର୍ପଣ କରିଥିଲେ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୬/୯/୨୦୨୩----୯,୨୫ Sakhigopal News,6/9/2023

Blog Archive

Popular Posts