Breaking News

ଶ୍ରୀ ଶ୍ରୀ ରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ ମାଗଣା ଦନ୍ତଚିକିତ୍ସା

 


ସାକ୍ଷୀଗୋପାଳ---- ଶ୍ରୀ ଶ୍ରୀ ରାଧା ଜନ୍ମ ମହୋତ୍ସବ କମିଟି ସହଯୋଗରେ ଭୁବନେଶ୍ୱରର କିଡିସ୍ ଦନ୍ତ ମେଡିକାଲ ପକ୍ଷରୁ  ସାକ୍ଷୀଗୋପିନାଥ ସିଂହଦ୍ୱାର ନିକଟରେ ଏକ ମାଗଣା ଦନ୍ତଚିକିତ୍ସା ଅନୁଷ୍ଠିତ ହୋଇଯାଇଛି ।  ବିଶେଷ କରି ମନ୍ଦିର ସେବାୟତ ଓ ଜଣସାଧାରଣଙ୍କୁ ମାଗଣାରେ ଦନ୍ତ ଚିକିତ୍ସା କରାଯାଇଥିଲା । ଏପରିକି ଦାନ୍ତ ଉପାଡିବା ଠାରୁ ଦାନ୍ତ ସଫା କରିବା ଓ ଫିଲିଂଙ୍ଗି କରାଯାଇଥିଲା । ପ୍ରାୟ ୩ଶହ ଦାନ୍ତ ରୋଗୀ ମାନଙ୍କର ଦାନ୍ତ ପରୀକ୍ଷା କରାଯାଇ ସେମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ଭୁବନେଶ୍ୱର କଳିଙ୍ଗ ଇନିଷ୍ଟିଚ୍ୟୁଟ ଅଫ ଡେଣ୍ଟାଲ ( କିଟି) ମହାବିଦ୍ୟାଳୟର ଅଭିଜ୍ଞ ଡାକ୍ତର ମାନଙ୍କ ସହ ପିଜି ପିଲା ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଫେସର ଡ, ଗୁଞ୍ଜନ କୁମାର , ଡ, ଅନୁଭ ଦାସ, ଡ, ଏ,ଏନ, ଭାରତ, ଡ, ସତ୍ୟମ ମହାନ୍ତିଙ୍କ ସହିତ ପିଜି ପିଲାମାନେ ଏଥିରେ ଯୋଗଦେଇଥିଲେ । ବିଶେଷ କରି ଲୋକମାନଙ୍କୁ ତମାଖୁ ସେବନ କରିବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ହେବା ସହିତ ଆରମ ଦାନ୍ତ ନଷ୍ଟ ହେଉଛି ବୋଲି ପ୍ରଫେସର ଗୁଞ୍ଜନ କୁମାର କହିଥିଲେ । ତମାଖୁ ସେବନ ଠାରୁ ଦୁରେଇ ରହୁନ୍ତୁ ନିଜର ସ୍ୱାସ୍ଥ୍ୟ ସୁରକ୍ଷିତ ରଖନ୍ତୁ ବୋଲି ଡାକ୍ତର ମାନେ ଲୋକମାନଙ୍କୁ ସଚେତନତା କରାଇଥିଲେ । ମୋବାଇଲି ଗାଡିରେ ସୁସଜ୍ଜିତ ହୋଇ ରହିଥିବା ବିଭିନ୍ନ ଯନ୍ତପାତି ମାଧ୍ୟମରେ ଲୋକମାନଙ୍କର ଚିକିତ୍ସା କରାଯାଇଥିଲା । ବିଶେଷ କରି ଯୋଗ ଦେଇଥିବା ଡାକ୍ତର ମାନେ ଆୟୋଜକ ଶ୍ରୀରାଧା ଜନ୍ମ ମହୋତ୍ସବ କମିଟର ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।  ଅନ୍ୟ ପକ୍ଷେ ସାକ୍ଷୀଗୋପାଳ ଜଣସାଧାରଣଙ୍କ ସହିତଶ୍ରୀରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ କିଟି ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୯/୨୦୨୩----୭,୧୦  Sakhigopal News, 22/9/2023

Blog Archive

Popular Posts