ଭୋଜି କରିବାକୁ ଯାଇ ଘରକୁ ଆଉ ଫେରିଲେ ନାହିଁ ଯୁବକ
କଟକ -କଟକ ଜିଲ୍ଲା ବାଙ୍କୀ ବ୍ଲକ ନିର୍ବାଚନ ମଣ୍ଡଳୀ ବରପୁଟ ପଞ୍ଚାୟତ ପଶାଣିଆ ଗ୍ରାମର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛବି ପ୍ରଧାନଙ୍କ ପୁତ୍ର ପବନା ପ୍ରଧାନଙ୍କୁ ଗଳା ଚିପି ହତ୍ୟା କରି ଏକ ରସି ମାଧ୍ୟମରେ ଗଛରେ ଟାଙ୍ଗୀ ଦିଆଯାଇଛି । ସକାଳୁ ଘର ଲୋକ ଖବର ପାଇ ଜଙ୍ଗଲ ଭିତରେ ପୁଅର ଶବ ଦେଖିବାକୁ ପାଇଥିଲେ । ଘଟଣା ସ୍ଥଳରେ ବୈଦେଶ୍ଵର ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି । ପବନା ପ୍ରଧାନଙ୍କ ଘର ଲୋକ କହିଛନ୍ତିଯେ ମୋ ପୁଅର ଶତ୍ରୁ କେହି ନାହାନ୍ତି. ତା ବଡପୁଅର ଶଶୁର ଘର ଲୋକ ଏ କାଣ୍ଡ କରିଛନ୍ତି । ବୈଦେଶ୍ଵର ପୋଲିସ ବନ ପରିଡାକୁ ଗିରଫ କରିଛି । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୩୦/୯/୨୦୨୩----୯,୩୫ Sakhigopal News,30/9/2023