Breaking News

ଶ୍ରୀରାଧା ଜନ୍ମ ମହୋତ୍ସବ ଉଦ୍‌ଯାପିତ ସହିତ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି

 


 ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ସିଂହଦ୍ୱାର ଭଜନ କମିଟିର ସ୍ଥାୟୀ ସଭାପତି ତଥା ବିଶିଷ୍ଟ ସମାଜସେବୀ ଓ ଶିଳ୍ପପତି ନାରାୟଣ ପାତ୍ର  ପବିତ୍ର ରାଧା ଜନ୍ମୋତ୍ସବକୁ ଉଦ୍‌ଯାପନୀ କରିଛନ୍ତି । ସେ ତାଙ୍କ ବକ୍ତବ୍ୟରେ କହିଥିଲେ ମନ୍ଦିର ନିକଟରେ ଏକ ଗୋଶାଳା ପାଇଁ ଜମି ଯୋଗାଇ ଦେବାକୁ ମନ୍ତ୍ରୀ ଓ ବିଧାୟକଙ୍କୁ  ନିବେଦନ କରିଥିଲେ। ପ୍ରଭୁଙ୍କ ସେବା ସମସ୍ତେ କରୁଥାନ୍ତୁ ସେଥିନିମନ୍ତେ ପ୍ରଭୁ ଶ୍ରୀ ଗୋପାଳ ଓ ମା ଶ୍ରୀରାଧାଙ୍କ ନିକଟରେ ସେ ପ୍ରର୍ଥନା କରିଥିଲେ । ଅନୁଷ୍ଠିତ ପଞ୍ଚକୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞରେ ଯୋଗଦାନ କରିବା ସହ ମନ୍ଦିରରେ ମା ରାଧାଙ୍କ ଜନ୍ମୋବିଧି ନିତୀ ଦର୍ଶନ କରି ସେ ନିଜକୁ ଭାଗ୍ୟ ମନେକରିଥିଲେ । ସେବାୟତ ମାନଙ୍କ ଦ୍ୱାରା ଅନୁଷ୍ଠିତ ଦେବନୀତି ଓ ଜନ୍ମୋବିଧି ସମୟରେ ଚଳନ୍ତି ମଦନମୋହନ ଠାକୁରଙ୍କୁ ଦର୍ଶନ କରିବା ସହ ମନ୍ଦିର ବେଢ଼ା ପରିକ୍ରମା କରିଥିଲେ । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ  ମନ୍ତ୍ରୀ ଅଶ୍ବନୀ ପାତ୍ର , ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ଡ, ଅଶୋକ ମହାପାତ୍ର ପୂର୍ବତନ ନିର୍ଦ୍ଦେଶକ, ଏମସ ହସପିଟାଲ, ପ୍ରଫେସର ଡ, ପ୍ରତିମା ଦେବୀ ଏମଡି ଆୟୁବେର୍ଦ କଲେଜ ଆଣ୍ଡ ହସପିଟାଲ ଆଗ୍ରା, ସମାଜସେବୀ ଶ୍ରୀଧର ମହାପାତ୍ର, ଉପଦେଷ୍ଠା ଶ୍ରୀ ସୁକାନ୍ତ କିଶୋର ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । ରାଧାଷ୍ଟମୀ ଯଜ୍ଞ କମିଟିର ସଂପାଦକ ଦିବାକର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ ।  ଏହି ଅବସରରେ ବୁଧବାର ଠାରୁ ପଞ୍ଚକୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ଚାରିଦିନ ଧରି ଅନୁଷ୍ଠିତ ହୋଇଯାଇଛି ।  ଅପରାହ୍ନରେ ଯଜ୍ଞର ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଦିନରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।  ଶେଷ ସଂଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଅନିଲ ବାୱାରା, ନରେନ୍ଦ୍ର କୁମାର, ଅଞ୍ଜଳି ମିଶ୍ର, ଦର୍ଶନା କର, ସୁଶ୍ରୀ ଦେବସ୍ମିତା ହୋତାଙ୍କ ସହିତ ଅନ୍ୟ କଳାକାର ମାନେ  ଭଜନ ସଂଗୀତ ପରିବଷେଣ କରିଥିଲେ ।  ଭକ୍ତି ସଙ୍ଗୀତ ପରିବେଷଣ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା ।   କମିଟିର ସଦସ୍ୟ ବିଜୟ କୁମାର ମହାପାତ୍ର, ଅଶୋକ ଖୁଣ୍ଟିଆ, ଜିତେନ ମହାପାତ୍ର, ଅମିତାଭ ଖୁଣ୍ଟିଆ, ବିଶ୍ୱନାଥ ମହାପାତ୍ର ଓ ଆଲୋକ ଖୁଣ୍ଟିଆ, ବାସୁଦେବ ବାରିକ ଓ ମନୋରଂଜନ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୯/୨୦୨୩----୯,୪୫ Sakhigopal News,23/9/2023

Blog Archive

Popular Posts